ସନ୍ଧ୍ୟା ୬ଟା ମୁଖ୍ୟ ଖବର

+୨ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି.. ଜୁନ ୨୦ ପରିବର୍ତ୍ତେ ଜୁନ ୨୬ ଯାଏଁ କରିହେବ ଆବେଦନ.. ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା, ଜୁଲାଇ ୩ରୁ ୮ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା..

ଢ଼େଙ୍କାନାଳ: ରଥ ଟଣାବେଳେ ଅଘଟଣ, ଯୁବକ ମୃତ.. ରଥଗଡ଼ାରେ ରଥ ଟାଣିବାବେଳେ ତଳେ ପଡ଼ି ଯାଇଥିଲେ ଯୁବକ.. ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ.. ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର..

ଶ୍ରୀକ୍ଷେତ୍ର​‌ ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ି ଚାଲିଛି ତିନି ରଥ..

ଟାଇଟାନିକ୍ ଧ୍ୱଂସାବଶେଷ ଅନୁସନ୍ଧାନ କରୁଥିବା ବୁଡ଼ାଜାହାଜ ନିଖୋଜ..

ବାଲେଶ୍ବର ବାହାନଗାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ.. ବାହାନଗାରେ ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା.. ବାହାନଗାର ବିକାଶ ପାଇଁ ସାଂସଦ ପାଣ୍ଠିରୁ ୧ କୋଟି.. ବାହାନଗା ମେଡ଼ିକାଲର ଉନ୍ନତି ପାଇଁ ରେଲୱେ ପାଣ୍ଠିରୁ ୧ କୋଟି..

ପୁରୀ ବଡ଼ଦାଣ୍ଡରେ ଉତ୍କଳ ପ୍ରସଙ୍ଗ ରଥସଂଖ୍ୟାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ପୁରୀରେ ରଥଟଣା ବେଳେ ଠେଲାପେଲା.. ଏକାଧିକ ଆହତ.. ପୁରୀ ହସ୍ପିଟାଲରେ ଭର୍ତ୍ତି..

ବାହାନଗା ଟ୍ରେନ୍‌‌ ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି.. ସିଗ୍‌‌ନାଲ୍‌‌ ଜେଇଙ୍କୁ ତାଙ୍କ ସୋର ସ୍ଥିତ ଭଡାଘରକୁ ନେଲା ସିବିଆଇ.. ଜେଇଙ୍କୁ ସିବିଆଇର ପଚରାଉଚରା ସହ କରାଯାଉଛି ଛାନ୍‌‌ଭିନ୍‌‌..

Comments are closed.