ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲାଇକେରା ଓ କିରିମେରା ବ୍ଲକ ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା.. ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର..

ୟୁପିଏସସି ସିଭିଲ ସର୍ଭିସ-୨୦୨୨ ଫଳ ପ୍ରକାଶିତ, ମୋଟ୍‌ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ.. ମେରିଟ୍‌ ଲିଷ୍ଟରେ ଇଶିତା କିଶୋର ଟପ୍ପର.. ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥି ଏନ୍‌..

prayash

ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରୀ..

ଦେଶର ସମସ୍ତ ବ୍ୟାଙ୍କ ଏବଂ ରିଜର୍ଭ ବ୍ୟାଙ୍କର ୧୯ ଟି ଆଞ୍ଚଳିକ ଶାଖାରେ ମଙ୍ଗଳବାରଠାରୁ ୨ହଜାର ଟଙ୍କିଆ ନୋଟ୍ ବଦଳ ଆରମ୍ଭ ହୋଇଛି.. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ..

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ.. ଏନେଇ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ.. ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ପଦକ୍ଷେପ ପାଇଁ କହିଲେ ..

Comments are closed.