ଭୁବନେଶ୍ବର: ରାଜ୍ୟରେ ୬ଟି ନୂତନ ଅତିରିକ୍ତ ଜିଲା ଓ ଦୌରାଜଜ୍ କୋର୍ଟ ଖୋଲିବ। ନୂତନ କୋର୍ଟ ଖୋଲିବାନେଇ ହୋଇଥିବା ସୁପାରିଶକୁ ହାଇକୋର୍ଟର ଅନୁମତି ମିଳିଛି। ରାଜ୍ୟର କଟକ,ଭଦ୍ରକ,ପଟ୍ଟାମୁଣ୍ଡାଇ,ଖଡିଆଳ,ଉଦଳା ଏବଂ ନୀଳଗିରିରେ ଏହି ଅତିରିକ୍ତ କୋର୍ଟ ଖୋଲିବା ନେଇ ସୂଚନାମିଳିଛି। ସୂଚନାଯୋଗ୍ୟ ରାଜ୍ୟରେ ଅନେକ ସମୟରେ କୋର୍ଟର ଅଭାବ ଯୋଗୁ ବହୁ ମାମଲା ବର୍ଷ ବର୍ଷ ଯାଏ ପଡିରହେ। ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସାଧାରଣ ଜନତା। ଏଣୁ ହାଇକୋର୍ଟଙ୍କ ସୁପାରିଶ କ୍ରମେ ଏକ ଉଚ୍ଚସ୍ତରୀୟ କମିଟି ଏହି ସମସ୍ୟାର ସମାଧାନ କରିବା ଏବଂ ସାଧାରଣ ଜନତାଙ୍କ ସ୍ବାର୍ଥକୁ ନଜରରେ ରଖି ୬ଟି ନୂତନ କୋର୍ଟ ଖୋଲିବାକୁ ଅନୁମତି ଦେଇଛନ୍ତି।
Popular Categories



