www.samajalive.in
Tuesday, November 18, 2025
27.1 C
Bhubaneswar

ରାଜ୍ୟରେ ପୁଣି ୬ କରୋନା ସଂକ୍ରମିତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୪

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସକାଳେ ୭ଟି ବୃଦ୍ଧି ପାଇ ୬୮ ହୋଇଥିବା ବେଳେ ପୁଣି ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୪ଟି ନମୁନା ପଜିଟିଭ୍‍ ଆସିଛି। ଏବେ ସକ୍ରିୟ ଭାବେ ୪୯ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୨୪ଜଣଙ୍କୁ ସୁସ୍ଥ ହେବା ପରେ ଡିସ୍‍ଚାର୍ଜ କରାଯାଇଛି। ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ମାନଚିତ୍ର ଅନୁଯାୟୀ ଏହି ୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୫ଜଣ ଥିବା ବେଳେ ସୁନ୍ଦରଗଡ଼ର ଜଣେ ଥିବା ଜଣାପଡିଛି। ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଜଣେ, ଯାଜପୁର ବ୍ଲକରେ ୩ଜଣ ଓ ଦଶରଥପୁରରେ ଜଣେ କାରନାରେ ଆକ୍ରାନ୍ତ ହୋଇଥିବା ଯାଜପୁର ଜିଲ୍ଲାପାଳ କହିଛନ୍ତି। ସେମାନେ ଗତ ମାସ ୨୯ରେ କୋଲକାତାରୁ ଆସିଥିବା ସନ୍ଦେହ କରାଯାଉଛି। ଯାଜପୁରର ଆକ୍ରାନ୍ତ ୫ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କ ବୟସ ୨୮ ଓ ଅନ୍ୟ ଜଣଙ୍କ ବୟସ ୩୨ ହୋଇଥିବା ବେଳେ ବାକି ୩ଜଣଙ୍କ ବୟସ ୫୫ରୁ ଅଧିକ ବୋଲି କୁହାଯାଇଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories