www.samajalive.in
Sunday, December 7, 2025
23.1 C
Bhubaneswar

ଦୂଷିତ ପାଣି ପିଇ ୬ମୃତ, ୫୦ ଜଣ ଡାକ୍ତରଖାନାରେ ଭର୍ତ୍ତି

ସୁରଟ: ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଇ ୩୦ ଓ ୩୧ ତାରିଖରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ସୁରଟ ମହାନଗର ନିଗମ କର୍ମଚାରୀ ସେଠାରେ ପହଂଚି ଗ୍ରାମବାସୀଙ୍କ ମଧ୍ୟରେ କ୍ଲୋରିନ ଔଷଧ ବଣ୍ଟନ କରିଛନ୍ତି। ଦୁଷିତ ପାଣି ପିଇବା ପରେ ଗ୍ରାମବାସୀ ବାନ୍ତି ଓ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥ ଥିବା ଲୋକଙ୍କୁ ନିକଟସ୍ଥ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡିକରେ ଚିକିତ୍ସା କରାଯାଉଛି। ସ୍ଥାନୀୟ ନେତା ଦର୍ଶନ ନାୟକ ଅଭିଯୋଗ କରିଛନ୍ତି ଯେ ସୁରଟ ମହାନଗର ନିଗମ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଉନାହାନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ସେ ଦାବି କରିଛନ୍ତି। ଲୋକେ ଦୂଷିତ ପାଣି ପିଇବା ସମ୍ପର୍କରେ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣି ସହିତ ରାସ୍ତାକଡର ନାଳ ପାଣି ମିଶିଥିଲା। ପାଇପରେ ହୋଇଥିବା ଛିଦ୍ର ବାଟଦେଇ ନାଳପାଣି ମିଶି ପାନୀୟ ଜଳକୁ ପ୍ରଦୂଷିତ କରିଥିଲା। ଇତିମଧ୍ୟରେ ସୁରଟ ମହାନଗର ନିମର ମେୟର ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଘୋଷଣା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories