ସନ୍ଧ୍ୟା ୫ଟା ମୁଖ୍ୟ ଖବର

ପାରାଦୀପ : ଆଇଓସିଏଲ୍ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନରୁ ତେଲ ଲିକ୍.. ଅଠରବାଙ୍କୀରୁ ନେହେରୁ ବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍ ହୋଇ ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ.. ପାଇପ କଣା କରି ତେଲ ଚୋରି ସନ୍ଦେହ, ନିକଟରେ ପଡିଛି ଜାରକିନ୍..

ବାତ୍ୟା ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବ.. ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ.. ଏହି ଜିଲାଗୁଡ଼ିକରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ..

ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀକୁ ୨୧ ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗର ପରାମର୍ଶ..

prayash

ବାତ୍ୟା ‘ଦାନା’ ସମ୍ପର୍କରେ ଜନସାଧାରଣଙ୍କ ନିମନ୍ତେ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ.. ଆସନ୍ତାକାଲି ଅର୍ଥାତ ସୋମବାର ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ.. ୨୨ ତାରିଖରେ ଅପବାତ ରୂପ ନେବ.. ୨୩ ତାରିଖ ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ.. ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ.. ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଅନୁମାନ କରାଯାଇପାରିବ.. ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ..

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟରେ ଘନେଇଲା କଳାବଜାରୀ ଆଶଙ୍କା.. କଳାବଜାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ସତର୍କ ବାଣୀ.. ସରକାର କଳାବଜାରୀକୁ ବରଦାସ୍ତ କରିବେ ନାହିଁ.. ଷ୍ଟକ ପଏଣ୍ଟଗୁଡିକରେ ଯାଞ୍ଚ ହେବା ସହ ଚଢ଼ାଉ ମଧ୍ୟ କରିବ ବିଭାଗ..କଳାବଜାରୀ ସହ ସମ୍ପୃକ୍ତି ଥିଲେ କର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ମହାରାଷ୍ଟ୍ର ନିର୍ବାଚନ ପାଇଁ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି..

kalyan agarbati

Comments are closed.