୫୫.୪୦% ଭୋଟରଙ୍କ ଆଧାର ସଂଯୋଗ

ଭୁବନେଶ୍ୱର : ରାଜ୍ୟର ସମୁଦାୟ ୩ କୋଟି ୨୫ ଲକ୍ଷ ୬୧ ହଜାର ୯୮୦ ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ କୋଟି ୮୦ ଲକ୍ଷ ୩୭ ହଜାର ୯୨୮ ଜଣ ସେମାନଙ୍କର ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିଛନ୍ତି। ଅର୍ଥାତ୍ ଶତକଡ଼ା ୫୫.୪୦ ଭାଗ ଭୋଟର ସେମାନଙ୍କ ଆଧାର ନମ୍ବର ଯୋଗ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସମସ୍ତ ଜିଲାପାଳଙ୍କ ସହ ଆଭାସି ମାଧ୍ୟମରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କରେ ସମୀକ୍ଷା କରି କହିଥିଲେ, ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣରେ ନବରଙ୍ଗପୁରରେ ୭୫.୭୩%, ମାଲକାନଗିରି ୭୨.୯୭%, କଳାହାଣ୍ଡି ୬୯.୪୬ %, ଅନୁଗୋଳ ୬୮.୬୯% ଏବଂ ସୁବର୍ଣ୍ଣପୁର ୬୬.୪୪ % ରହିଛି। ସହରାଞ୍ଚଳରେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଧିମା ହେଉଥିବାରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଭୋଟର ଫଟୋ ପରିଚୟ ପତ୍ର ପ୍ରସ୍ତୁତି, ଏହାର ବଣ୍ଟନ, ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ଆଦି କାର୍ଯ୍ୟ ନିମନ୍ତେ ଫର୍ମ ମୁଖ୍ୟାଳୟରୁ ନେବା ସମ୍ପର୍କରେ ସମୀକ୍ଷା କରାଯାଇଛି। ରାଜ୍ୟରେ ନୂତନ ଭୋଟରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭୋଟର ଫଟୋ ପରିଚୟ ପତ୍ରଗୁଡ଼ିକୁ ଆସନ୍ତା ୧୫ ସୁଦ୍ଧା ସଂପୃକ୍ତ ଭୋଟରଙ୍କ ନିକଟକୁ ଡାକ ଯୋଗେ ପଠାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।
ବୈଠକରେ ସମସ୍ତ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇଦ୍ରିଶ ଅଲ୍ଲି ଖାନ, ଏଏସ୍‌ଇ ଯୋଗେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.