www.samajalive.in
Sunday, December 14, 2025
17.1 C
Bhubaneswar

୫୦୦ ତମ ଅଜଣା ଶବ ସତ୍କାର କଲା ସମ୍ବଳ : କାନ୍ଧ ଦେଲେ ଜିଲାପାଳ ଓ ଏସପି

ସମ୍ବଲପୁର :  ଅଜଣା ଶବର ସାଥି ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ପକ୍ଷରୁ ସ୍ଥାନୀୟ ରାଜଘାଟ ଠାରେ ୫୦୦ ତମ ଅଜଣା ଶବ ସତ୍କାର କରାଯାଇଛି। ସ୍ଥାନୀୟ ଟାଉନ ଥାନା ଦ୍ୱାରା ପ୍ରଦତ୍ତ ଏକ ଅଜଣା ଶବ ସତ୍କାର ସମୟରେ ନବ ନିଯୁକ୍ତ ସମ୍ବଲପୁର ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ୨୦୧୧ ମସିହା ଠାରୁ ଆରମ୍ଭ କରାଯାଇଥିବା ଅଜଣା ଶବ ଗୁଡିକର ସମ୍ମାନର ସହିତ ସତ୍କାର କରାଯିବାର ଏହି ମାନବୀୟ କାର୍ଯ୍ୟ ଆଜି ମଧ୍ୟ ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜାରି ରହିଛି । ଶନିବାର ଅନୁଷ୍ଠାନ ପକ୍ଷରୁ ୫୦୦ ତମ ଶବକୁ ସମ୍ମାନର ସହିତ ସତ୍କାର କରାଯାଇଛି । ସମ୍ବଳ ଅନୁଷ୍ଠାନର ସମସ୍ତ ସଦସ୍ୟ ଏହି ଅବସରରେ ଉପସ୍ଥିତ ରହିଥିବା ବେଳେ ସମ୍ବଲପୁର ଜିଲାପାଳ ଶ୍ରୀ ପରିଡା ଓ ଏସପି ଗଙ୍ଗାଧର ନିଜେ ଉପସ୍ଥିତ ରହି ଅଜଣା ଶବକୁ ସମ୍ମାନର ସହିତ ମୁଖାଗ୍ନି ଦେଇ ସତ୍କାର କରିଥିଲେ । ସମ୍ବଳର ସଦସ୍ୟ ମାନଙ୍କ ସହିତ ଜିଲାପାଳ ଓ ଏସପି ଏହି ଅଜଣା ଶବକୁ କାନ୍ଧେଇ ରାଜଘାଟକୁ ନେଇଥିଲେ ଏବଂ ଗୋଲାପ ଫୁଲ ପ୍ରଦାନ କରି ଶେଷ ବିଦାୟ ଜଣାଇଥିଲେ।

ଏହି ଅବସରରେ ଜିଲାପାଳ ଶ୍ରୀ ପରିଡା କହିଛନ୍ତି ଯେ, ଅଜଣା ଶବ ସତ୍କାର କରିବା ଏକ ମହତ କାର୍ଯ୍ୟ । ସମ୍ବଳ ଏକ ଭଲ ମାନବୀୟ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ମୁଁ ସମ୍ବଳ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଉଛି । ପ୍ରଶାସନ ତରଫରୁ ମଧ୍ୟ ମଧ୍ୟ ଆଗାମୀ ଦିନରେ ମହତ କାର୍ଯ୍ୟରେ ସହାୟତା କରାଯିବ ବୋଲି ଜିଲାପାଳ ଶ୍ରୀ ପରିଡା କହିଛନ୍ତି ।

- Advertisement -

ଏ ସର୍ମ୍ପକରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର କହିଛନ୍ତି ଯେ, ସମ୍ବଳ ଅନୁଷ୍ଠାନ ପକ୍ଷରୁ ୫୦୦ ତମ ଅଜଣା ଶବ ସତ୍କାର କାର୍ଯ୍ୟ କରାଯାଇଛି, ଯାହାକି ବହୁତ ପୁଣ୍ୟ କାର୍ଯ୍ୟ। ମୁଁ ଆଶା କରୁଛି ଯେ, ସମ୍ବଳ ଅନୁଷ୍ଠାନ ଆଗାମୀ ଦିନରେ ଆହୁରୀ ଅଧିକ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରି ସଫଳ ହେବେ। ସମାଜସେବା ପାଇଁ ପ୍ରଶାସନିକ ସହାୟତା ମଧ୍ୟ କରାଯିବ ବୋଲି ଏସପି ଗଙ୍ଗାଧର କହିଛନ୍ତି ।

ସମ୍ବଳ ଅନୁଷ୍ଠାନ ପକ୍ଷରୁ ୫ ନଭେମ୍ବର ୨୦୧୧ ମସିହାରୁ ଏହି ମାନବୀୟ ସେବାର କ୍ରମରେ ଅଜଣା ଶବ ସତ୍କାର କରାଯାଇ ଆସୁଛି ଏବଂ ଏହା ଦ୍ୱାରା ସମାଜ ପାଇଁ ଏକ ନିଆରା ଜନସେବା ଭାବରେ ଉଦାହରଣ ସୃଷ୍ଟି ହୋଇଛି । ଏତଦ ବ୍ୟତିତ ଅନୁଷ୍ଠାନ ପକ୍ଷରୁ ଅସହାୟ, ଗରିବ ଓ ଯେଉଁ ବ୍ୟକ୍ତି ମାନେ ନିଜ ସର୍ମ୍ପକୀୟଙ୍କୁ ନିଜର ଭିଟାମାଟିକୁ ନେଇ ପାରୁ ନାହାନ୍ତି ସେହିଭଳି ୯୮ଟି ଶବ ସତ୍କାର କରାଯାଇଛି । ଏଣୁ ସମୁଦାୟ ୫୯୮ଟି ଶବ ସତ୍କାର କରାଯାଇଥିବାର ସମ୍ବଳ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାନବୀୟ ସେବା କାର୍ଯ୍ୟ ସମୟରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, ଅନୁଷ୍ଠାନର ସଭାପତି ପ୍ର. ଶଙ୍କର ପ୍ରସାର ପତି, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ତ୍ରିପାଠୀ, ଉପଦେଷ୍ଟା କାଳିଦାସ ପଣ୍ଡା, ପ୍ରକାଶ ପ୍ରଧାନ, ସମ୍ପାଦକ ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ଦିଲ୍ଲୀପ ବୋଷ, କୃଷ୍ଣଚନ୍ଦ୍ର ସାହୁ, ସନ୍ତକ ପଣ୍ଡା, ଅରୁଣ ଅଜାଡିୱାଲ, ଦିଲ୍ଲୀପ ସାହୁ, ହିମାଂଶୁ ପାଣିଗ୍ରାହୀ, ଶିବ ମଲ୍ଲିକ, ସମାଜସେବୀ ଇଂ ଅଶୋକ ଜଲାନ, ସୁଧିର ପୂଜାରୀ, ଦିଲ୍ଲୀପ ପଣ୍ଡା, ସନ୍ତୋଷ ଦାସ, ଗୋବିନ୍ଦ ଅଗ୍ରୱାଲ, ପଲଟୁ ଅଗ୍ରୱାଲ ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସମ୍ବଳର ଏହି ମହତ କାର୍ଯ୍ୟ ନିମନ୍ତେ ସବୁ ମହଲରୁ ଉଚ୍ଚ ପ୍ରଶଂସା ଓ ସାଧୁବାଦ ଦିଆଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories