www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରେମିକାକୁ ପ୍ରତାରଣା କରି ଯୁବକ ଗିରଫ

ଚୌଦ୍ୱାର : ଜଣେ ଯୁବତୀକୁ ପ୍ରଥମେ ଭଲ ପାଇବା ଓ ପରେ ବିବାହାର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକକୁ ଚୌଦ୍ୱାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚୌଦ୍ୱାର ଥାନା ଶାଳଗାଁ ବ୍ରହ୍ମଣସେଣା ଗ୍ରାମର ଜ୍ୟୋତିର୍ମୟ ରାଉତ(୨୯) । ପୀଡ଼ିତା ଯୁବତୀ ଜଣକ ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶଯେ ପ୍ରଥମେ ଦେଖା ଚାହାଁରୁ ଜ୍ୟୋତିର୍ମୟଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଓ ମିଳାମିଶା ଆରମ୍ଭ ହୋଇଥିଲା । ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜ୍ୟୋତିର୍ମୟ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ଯୁବତୀ ଜଣକ ତାଙ୍କୁ ବିବାହ କଥା କହିବାରୁ ଜ୍ୟୋତିର୍ମୟ ତାଙ୍କୁ ଭେଟିବା ଓ ସମ୍ପର୍କ ରଖିବା ବନ୍ଦ କରିଦେଇଥିଲେ। ଯୁବତୀ ଜଣକ ବିବାହ ପାଇଁ ବାରମ୍ବାର ଜିଦ୍ କରିବାରୁ ଉଭୟଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଭିଡ଼ିଓକୁ ଭାଇରାଲ କରିଦେବେ ବୋଲି ଜ୍ୟୋତିର୍ମୟ ଯୁବତୀ ଜଣକୁ ଧମକାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଭିଡ଼ିଓ ଭାଇରାଲ ନକରିବା ପାଇଁ ଯୁବତୀ ଜଣକୁ ଜ୍ୟୋତିର୍ମୟ ଟଙ୍କା ଦେବାପାଇଁ ଦାବି କରିବାରୁ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥାନାର ଆଶ୍ରୟ ନେଇଥିଲେ । ଅଭିଯୋଗପାଇ ଆଇଆଇସି ବିରଞ୍ଚି ନାରାୟଣ ପତି ଜ୍ୟୋତିର୍ମୟକୁ ଗିରଫ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories