www.samajalive.in
Sunday, December 7, 2025
18.1 C
Bhubaneswar

କୋଭିଡ ଯୋଦ୍ଧାଙ୍କ ପତ୍ନୀଙ୍କୁ ମିଳିଲା ୫୦ଲକ୍ଷର ଚେକ୍‍

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଲିସ ମୁଖ୍ୟାଳୟରେ କୋଭିଡ କଣ୍ଟ୍ରୋଲ ରୁମ୍‍ ଦାୟିତ୍ୱରେ ଥିଲେ ପୁଲିସ ଇନ୍ସପେକ୍ଟର ବିଜୟାନନ୍ଦ କରକରା। ସେ କୋଭିଡରେ ସଂକ୍ରମିତ ହେବା ପରେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହିକ୍ରମରେ ସ୍ୱର୍ଗତ କରକରାଙ୍କ ସ୍ତ୍ରୀ ହେମାଙ୍ଗିନୀ ଦାସଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଅନୁସାରେ ଆର୍ଥିକ ସହାୟତା ବାବଦରେ ୫୦ଲକ୍ଷ ଟଙ୍କାର ଚେକ୍‍ ଦିଆଯାଇଛି। ଏହି ଚେକ୍‍ ଶ୍ରୀମତୀ ଦାସଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ହସ୍ତାନ୍ତର କରିଛନ୍ତି। ଚେକ୍‍ ଦେବା ବେଳେ ଜିଲା ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କରୋନା କଟକଣା ଓ ଲକ୍‍ଡାଉନ୍‍ ସମୟରେ ସେ କଣ୍ଟାବାଞ୍ଜି ଥାନାର ଆଇଆଇସି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେତେବେଳେ କଟକଣାକୁ ମାନୁ ନଥିବା ଅବୁଝାଙ୍କୁ ସେ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ତେଣୁ ପୁଲିସ ଏସ୍‍ପି ଏମ୍‍.ସନ୍ଦୀପ ସମ୍ପତ କଣ୍ଟାବାଞ୍ଜି ଥାନାରୁ ଜିଲା ପୁଲିସ ମୁଖ୍ୟାଳୟକୁ ସ୍ୱର୍ଗତ କରକରାଙ୍କୁ ବଦଳି କରି କୋଭିଡ୍‍ କଣ୍ଟ୍ରୋଲ ରୁମ୍‍ ଦାୟିତ୍ୱ ଦେଇଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories