www.samajalive.in
Sunday, December 7, 2025
23.1 C
Bhubaneswar

୫ ବର୍ଷୀୟ ଶିଶୁପୁତ୍ରକୁ ଯୌନ ନିର୍ଯାତନା, ବିରୋଧ କରିବାରୁ ହତ୍ୟା କଲେ ୨ ଯୁବକ

ସମାଜ ଡିଜିଟାଲ ଡେସ୍କ: ଜଣେ ୫ ବର୍ଷୀୟ ଶିଶୁପୁତ୍ରକୁ ଯୌନ ନିର୍ଯାତନା ଦେଲେ ୨ ଯୁବକ। ପିଲାଟି ବିରୋଧ କରିବାରୁ ତା’ର ତଣ୍ଟି କାଟି ହତ୍ୟା କଲେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ। ପୁଲିସ ଅଭିଯୁକ୍ତଦ୍ଵୟକୁ ଗିରଫ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି। ଅଭିଯୁକ୍ତମାନଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି।

ମୁଜାଫରନଗର ଏସପି ସତ୍ୟନାରାୟଣ ପ୍ରଜାପତ କହିଛନ୍ତି, ଶିଖେରା ଥାନା ଅଞ୍ଚଳର ଏକ ଗାଁରେ ଥିବା ମାମୁଘରକୁ ପିଲାଟି ଦଶହରା ଛୁଟି ବୁଲିବାକୁ ଆସିଥିଲା। ଗୁରୁବାର ସକାଳ ୯ଟାରେ ପିଲାଟି ନିଖୋଜ ହୋଇଯାଇଥିଲା। ଶୁକ୍ରବାର ଗାଁର ଜଣେ ବ୍ୟକ୍ତି ଥାନାକୁ ଫୋନ କରି ଗାଁ ପାଖ ଆଖୁ କ୍ଷେତରେ ଜଣେ ପିଲାର ମୃତଦେହ ପଡ଼ିଥିବା ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେଠାରେ ଜମିଥିବା ଭିଡ଼ ଭିତରୁ ଜଣେ ଯୁବକ ଉପରେ ସନ୍ଦେହ ହୋଇଥିଲା। ଯୁବକ ପିନ୍ଧିଥିବା ଶାର୍ଟର ଗୋଟିଏ ହାତ ନ ଥିଲା। ସେହି ଚିରା ହାତଟି ମୃତ ଶିଶୁପୁତ୍ର ବେକରେ ବନ୍ଧାଯାଇଥିଲା। ପୁଲିସର ସନ୍ଦେହ ହେବାରୁ ଉକ୍ତ ଯୁବକକୁ ଥାନାକୁ ନେଇ ପଚରାଉଚରା କରିଥିଲା। ସେହି ଯୁବକ ସବୁ ସତକଥା ମାନିଯାଇଥିଲା। ସେ ଏବଂ ଅନ୍ୟ ଜଣେ ଯୁବକ ଉକ୍ତ ଶିଶୁପୁତ୍ରକୁ ଯୌନ ନିର୍ଯାତନା ଦେଇଥିଲେ। ପିଲାଟି ବିରୋଧ କରିବାକୁ ବ୍ଲେକରେ ତା’ ବେକ କାଟି ହତ୍ୟା କରିଥିବା ସ୍ଵୀକାର କରିଛନ୍ତି ୨ ଅଭିଯୁକ୍ତ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories