ଚୌଦ୍ୱାର : ଚୌଦ୍ୱାର ବାଳିକା ଉଚ୍ଚ ବିଦ୍ୟାଳୟକୁ ୫-ଟି ରୂପାନ୍ତରୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ରୂପାନ୍ତରୀକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ସ୍ଥାନୀୟ କାଉନସିଲର ରଙ୍ଗଲତା ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, କାଉନସିଲର ବିଜୟ ମଲ୍ଲିକ, ଆଶୁତୋଷ ଦାସ, ଅଜିନୀ ବେହେରା, ପରିଚାଳନା କମିଟି ସଭାପତି ରାଜକିଶୋର ସାମନ୍ତରାୟ, ଉପ ସଭାପତି ବିମଳ କୁମାର ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ମମତା ମିଶ୍ର, ମୃଣାଳିନୀ ତ୍ରିପାଠୀ, କବିତା ସ୍ୱାଇଁ, ରେବତୀ ଦାସ, ଭକ୍ତିମୟୀ କୁଅଁର, ସୁନୀତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Popular Categories



