www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଗବେଷକ ସମ୍ମିଳନୀ-୨୦୨୩ ଉଦଯାପିତ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩ ଦିନିଆ ରାଜ୍ୟ ଗବେଷକ ସମ୍ମିଳନୀ-୨୦୨୩ ଗୁରୁବାର ଉଦଯାପିତ ହୋଇ ଯାଇଛି । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ତିନିଦିନିଆ ଓଡିଶା ଗବେଷକ ସମ୍ମିଳନୀ-୨୦୨୩ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।  ଉଦଯାପନୀ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥି, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ଦାସ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁ ଭୁଷଣ ମିଶ୍ର ଏବଂ କୁଳସଚିବ ଡ଼. ନୃପରାଜ ସାହୁ ମଞ୍ଚାସୀନ ଥିଲେ। ବିଜ୍ଞାନ ଏବଂ ମାନବିକତାର ୨୭ଟି ଗବେଷଣାର  ପୋଷ୍ଟର ମନ୍ତ୍ରୀଙ୍କ ସମ୍ମୁଖରେ ଉଚ୍ଚଶିକ୍ଷାର ଛାତ୍ରମାନେ ଉପସ୍ଥାପନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଗବେଷକ ମାନଙ୍କୁ ସେମାନଙ୍କ କ୍ଷେତ୍ରରେ ଅଧିକ ପ୍ରାସଙ୍ଗିକ ଅନୁସନ୍ଧାନ କରିବାକୁ ଏବଂ ଯୋଗ୍ୟ ପ୍ରକଳ୍ପ ଗୁଡ଼ିକୁ ପାଣ୍ଠି ଯୋଗାଯିବା କ୍ଷେତ୍ରରେ ପ୍ରତିଶୃତି ଦେଇ ଉତ୍ସାହିତ କରିଥିଲେ। ଶେଷରେ କୁଳସଚିବ ଡ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ପ୍ରାତଃ ଅଧିବେଶନରେ ‘ଏକାଡ଼େମିଆ ଇଣ୍ଡଷ୍ଟ୍ରି ଇଣ୍ଟରଫେସ ଳ୍ୟାବ ଟୁ ଲ୍ୟାଣ୍ଡ’ ବିଷୟରେ ଆଇଆଇଏମ-ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଗବେଷଣାଗାରରୁ କ୍ଷେତ୍ରକୁ ପ୍ରଭାବିତ କରିବ ପ୍ରସଙ୍ଗ ଉପରେ  ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚାରେ ବେଦାନ୍ତ ଉଦ୍ୟାଗର ସିଓଓ ଏ.କେ ପାଣ୍ଡେ, ଜେଏସଡ଼ବ୍ଲୁ, ଟାଟା ପାୱାରର ଏଚଆର ମୁଖ୍ୟ କସମସ ଲାକ୍ରା, ଟିଆରଏଲ-କିରୋଷ୍କି ବେଲପାହାଡ଼ର ଏଚଆର ଡ. ଆର. କେ ସିଂ, ହିଣ୍ଡାଲକୋ ଉଦ୍ୟୋଗର ଜଏଣ୍ଟ ପ୍ରେସିଡ଼େଣ୍ଟ ଦେବାଶିଷ ମଲ୍ଲିକ ଏବଂ ହିଣ୍ଡାଲକୋର ଏଚଆର ଉପସଭାପତି ଶିବ ମିଶ୍ର ଉପସ୍ଥିତ ରହି ଶିଳ୍ପ ଗବେଷଣାର ଆବଶ୍ୟକତା ଏବଂ ଓଡ଼ିଶାର ଶିଳ୍ପସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମାସ୍ୟାର ସମାଧାନ ପାଇଁ ଏକାଡ଼େମିକ ଅନୁସନ୍ଧାନକାରୀ ମାନେ କିପରି ସହଯୋଗ କରିପାରିବେ ସେ ବିଷୟରେ ନିଜ ନିଜ ମତ ରଖିଥିଲେ। ପ୍ରଫେସର ବିଶ୍ୱଜିତ ଶତପଥି ଉପସ୍ଥାପନା କରିଥିବା ବେଳେ ପ୍ରଫେସର ଦେବେନ୍ଦ୍ର କୁମାର ମହାଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories