www.samajalive.in
Monday, December 8, 2025
14.1 C
Bhubaneswar

‘ସମାଜ’ ପ୍ରଭାବ ; ୨୪ ଘଣ୍ଟା ମଧ୍ୟରେ ଖନନ ହେଲା ନଳକୂପ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ବିଶିପ୍ରାସ୍କା ଗ୍ରାମବାସୀ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଥିବା ଖବର ଦୈନିକ ଖବର କାଗଜ ‘ସମାଜ’ରେ ପ୍ରକାଶ ପାଇବା ପରେ ୨୪ଘଣ୍ଟା ମଧ୍ୟରେ ନୂତନ ନଳକୂପ ଖନନ କରାଯାଇଥିବା ଜଣାପଡିଛି । ଖବର ପ୍ରକାଶ ପାଇବା ପରେ ଗ୍ରାମରେ ନୂତନ ନଳକୂପ ଖନନ ହୋଇଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।
ପ୍ରକାଶ ଥାଉକି ଗାଁର ପାନୀୟ ଜଳର ସମସ୍ୟା କହିଲେ ନସରେ। ଗୋଟିଏ କିଲୋମିଟର ଦୂରରେ ଥିବା ଚୁଆ ଖୋଳି ପାଣି ସଂଗ୍ରହ କରି ଆଣି ଘରେ ରୋଷେଇ ଓ ପାନୀୟ ଜଳ ବ୍ୟବହାର କରିଥାନ୍ତି। ଉକ୍ତ ନାଳରେ ଗାଈଗୋରୁ ସହିତ ଗ୍ରାମର ମହିଳା ପୁରୁଷମାନେ ଗାଧୁଆ ଠାରୁ ଆରମ୍ଭ କରି ଲୁଗାପଟା ସଫା କରିଥାନ୍ତି। ଗ୍ରାମବାସୀ ବାଧ୍ୟ ହୋଇ ଏହି ନାଳ ପାଣିର ପାନୀୟ ଜଳ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଯାହା ଫଳରେ ଏହି ପାନୀୟ ଜଳ ବ୍ୟବହାର କରିବା ଦ୍ୱାରା କାଛୁ କୁଣ୍ଡିଆ, ମ୍ୟାଲେରିଆ ଓ ଅନେକ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..

- Advertisement -

ଉକ୍ତ ଗ୍ରାମରେ ୨୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ୧୦୦ ରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି। ଏହି ଗାଁରେ ଗୋଟିଏ ନଳକୂପ ମଧ୍ୟ ରହିଛି କିନ୍ତୁ ପାଣି ବ୍ୟବହାର ପାଇଁ ସମ୍ଭବ ନୁହେଁ। ସେଥିରୁ ଲୁହା ପଥର ଗୁଣ୍ଡ ବାହାରୁଥିବାରୁ ପିଇବା ମୁଷ୍କିଲ ହୋଇ ପଡ଼ୁଛି। ଖରା ଦିନ ପୂର୍ବରୁ ପ୍ରତ୍ୟେକ ନଳକୂପ ମରାମତି କରିବା ପାଇଁ ସରକାର ପକ୍ଷରୁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି ପାନୀୟ ଜଳର ସମସ୍ୟା ଦୂର ହୋଇ ପାରୁନି। ଏହାକୁ ନେଇ ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ବ୍ଲକ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରୁନାହିଁ। ଏହି ଗାଁର ପାନୀୟ ଜଳର ସମସ୍ୟା ଦୂର ନ ହେଲେ ରାଜରାସ୍ତାକୁ ଓଲ୍ଲାଇବା ପାଇଁ ବାଧ୍ୟହେବୁ ବୋଲି ଗ୍ରାମର ଫୁଳକ କାଡ୍ରାକା, ଜୟନ୍ତୀ କାଡ୍ରାକା, ଲକ୍ଷ୍ମୀ ମିଣିଆକା , କମଳା ହୋବିକା, ବିଭିନା କାଡ୍ରାକା, ଦାନା ମିଣିଆକା, ଚାଚେରୀ ପବିକା, ଭୀମ କାଡ୍ରାକା, ସିନ୍ଦୁରୂ କାଡ୍ରାକା, ସମେତ ମହିଳା ଏବଂ ପୁରୁଷ ଅଭିଯୋଗ କରିଛନ୍ତି।

ଦେଖନ୍ତୁ ଭିଡିଓ ; ଫ୍ରିଜ୍‌ରେ ଫଣା ଟେକି ବସିଥିଲା ନାଗସାପ, ତା’ପରେ

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories