୩ୟ ପର୍ଯ୍ୟାୟ ରୂପାନ୍ତରରେ ଡମପଡାର ୧୦ ଓ ବାଙ୍କୀ ବ୍ଲକର ୯ବିଦ୍ୟାଳୟ ସାମିଲ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ଏବଂ ବାଙ୍କୀ ବ୍ଲକରେ ୩ୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ହେବାକୁ ଥିବା ବିଦ୍ୟାଳୟ ଋପାନ୍ତରିକରଣ ଯୋଜନାର ସଫଳ ରୂପାୟନ ନିମନ୍ତେ ଶନିବାର ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବାଙ୍କୀ  ଓ ଡମପଡା ବ୍ଲକ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ଏଥିରେ ଯୋଗଦେଇ ୩ୟ ପର୍ଯ୍ୟାୟରେ ବାଙ୍କୀ ବ୍ଲକର ୯ଟି ଓ ଡମପଡା ବ୍ଲକର ୧୦ଟି, ମୋଟ ୧୯ଟି ବିଦ୍ୟାଳୟକୁ ସାମିଲ କରାଯାଇଥିବା ସୂଚନା ଦେଇଥିଲେ। ଏହି ଯୋଜନାର ଆଭିମୁଖ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ବାଙ୍କୀ ଓ ଡମପଡା ବ୍ଲକର ବିଡିଓ ଶ୍ୟାମଳ କୁମାର ରାୟ କାର୍ଯ୍ୟାକ୍ରମକୁ ପରିଚାଳନା କରିଥିଲେ। ଆଲୋଚନା କ୍ରମରେ ବାଙ୍କୀ ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ଯୋକିଲାଦଳ, ସରଣ୍ଡା ବିଦ୍ୟାପୀଠ, କେନ୍ଦୁପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁୟାରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଉଡଚ୍ଛେଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଳବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବାଉଁଶପୁଟ୍ଟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବ୍ରହ୍ମପୁରା ସଚ୍ଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି। ଯେଉଁ ବିଦ୍ୟାଳୟରେ ଗୋଟିଏ ବା ୨ଟି ଆବଶ୍ୟକ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବାର ରହିଛି ସେହି ଗୃହ ନିର୍ମାଣ ପାଇଁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ କିମ୍ବା ମୋ ସ୍କୁଲ ଯୋଜନାରେ ଗୃହ ନିର୍ମାଣ କରିବାରେ ସହଯୋଗ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ୫-ଟି ଅନ୍ତର୍ଗତ ସମସ୍ତ ଅନୁଦାନ ୨ଟି ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନାଗାର ଓ ଇଲାଇବ୍ରେରୀ କରାଯିବା ସହିତ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରାଯିବ। ୯ମ ଓ ୧୦ମ ଶ୍ରେଣୀର ବିଦ୍ୟାର୍ଥି ମାନେ ସ୍ମାର୍ଟ ବୋର୍ଡରେ ପାଠପଢିବାର ସୁଯୋଗ ପାଇବା ସହିତ ବୌଦ୍ଧିକ ଶିକ୍ଷାର ମାନ ବୃଦ୍ଧି ପାଇବ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା, କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ ସେଠୀ, ଏବିଇଓ ଋକ ନାୟକ, କନିଷ୍ଠ ଯନ୍ତ୍ରୀ ଶାସ୍ୱତୀ ପ୍ରଧାନ, ଋପନ୍ୱିତା ସ୍ୱାଇଁ, ପ୍ରଭାତ ସେନାପତି, ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୩ୟ ପର୍ଯ୍ୟାୟ ଋପାନ୍ତର ନିମନ୍ତେ ହେଉଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସେହିପରି ଅପରାହ୍ନରେ ଡମପଡା ବ୍ଲକ ଅନ୍ତର୍ଗତ ୩ୟ ପର୍ଯ୍ୟାୟରେ ସାମିଲ ହୋଇଥିବା କୁଶପଙ୍ଗି ହାଇସ୍କୁଲ,ଡମପଡା ପ୍ରୀତମ କୁମାରୀ ବିଦ୍ୟାମନ୍ଦିର, ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର, କୁସୁନ୍ଦା ହାଇସ୍କୁଲ, ନରଗାଙ୍ଗ ବେବର୍ତ୍ତା ପୂର୍ଣ୍ଣାନନ୍ଦ ହାଇସ୍କୁଲ, ତୁଳସୀପୁର ହାଇସ୍କୁଲ, ଢଁସର କୃଷକ ହାଇସ୍କୁଲ, ସିଂହନାଥଦେବ ବିଦ୍ୟାପୀଠ, ଦୁଲଣାପୁର ହାଇସ୍କୁଲ ଓ ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ ସାମିଲ ହୋଇଥିବା ଓ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ମିନତି ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଉପାଧ୍ୟକ୍ଷ ଗୀତାଞ୍ଜଳୀ ବେଉରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତିମୟୀ ଜେନା, କନିଷ୍ଠ ଯନ୍ତ୍ରୀ ନିଶାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡମପଡା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ରାଜଗୋପାଳ ମାରାଣ୍ଡି, ମୋନାଲିସା ମଲ୍ଲିକ, ସରିତା ଶତପଥି, ସବିତା ନାୟକ, ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.