www.samajalive.in
Monday, December 15, 2025
27.1 C
Bhubaneswar

ଜୁଆ ଆଡ୍ଡାରେ ଚଢ଼ଉ, ୫ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ଦୁଧିଆନାଳୀ ଗ୍ରାମରେ ବେଆଇନ୍ ଭାବେ ଚାଲିଥିବା ଏକ କୁକୁଡ଼ା ଲଢ଼େଇ ଜୁଆ ଖେଳ ଆଡ୍ଡାରେ ପୁଲିସ୍ ଚଢ଼ଉ କରି ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ବିଡ଼ାନାସୀ ଅଞ୍ଚଳର ସନ୍ତୋଷ ବେହେରା, ଖୋର୍ଦ୍ଦା ଜିଲା ରଥଗଡ଼ା ସାହିର ନିହାର ରଞ୍ଜନ ରାଉତ, କଟକ ଜିଲା ଟାଙ୍ଗୀ ଥାନା ହରିଡ଼ାପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହନ୍ତ, ଅଭୟପୁରର ଭାଗବତ ବଳ, ଡାଳିଯୋଡ଼ା ବ୍ରହ୍ମପୁରର ଶିବ ପ୍ରସାଦ ମଲ୍ଲିକ । ସେମାନଙ୍କ ନିକଟରୁ ନଗଦ ୩୩ ହଜାର ୫୦୦ଟଙ୍କା, ଗୋଟିଏ ବାଇକ୍ ଓ ଲଢ଼େଇ ପାଇଁ ଥିବା ୭ଟି ଗଞ୍ଜା କୁକୁଡ଼ା ଜବତ କରାଯାଇଛି । ଦୁଧିଆନାଳୀ ମୁଣ୍ଡାସାହି ନିକଟରେ ଥିବା ଏକ ଖେଳ ପଡ଼ିଆରେ ଦୀର୍ଘଦିନ ହେବ ଟଙ୍କା ଓ କୁକୁଡ଼ା ବାଜି ଲଗାଇ ବେଆଇନ୍ କୁକୁଡ଼ା ଲଢ଼େଇ ଚାଲିଥିବା ଖବରପାଇ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶରେ ଏସ୍ଆଇ ବିକ୍ରମ ବେହେରା ସ୍ପେଶାଲ ସ୍କ୍ୱାର୍ଡ଼ ଟିମ୍ ସହିତ ଉକ୍ତ ସ୍ଥାନରେ ଚଢ଼ଉ କରି କୁକୁଡ଼ା ଲଢ଼େଇ ଖେଳରେ ସାମିଲଥିବା ୫ଜଣଙ୍କୁ ଗିରଫ କରିଥିଲେ । ସେମାନେ କୁକୁଡ଼ା ଲଢ଼େଇର ଆୟୋଜନ କରି ସ୍ଥାନୀୟ ବାସିନ୍ଦା ମାନଙ୍କ ଠାରୁ ପ୍ରଚୁର ଟଙ୍କା ଆୟ କରୁଥିଲେ ବୋଲି ପୁଲିସ୍ ସୂଚନା ଦେଇଛି । ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories