୩୬ ଘଣ୍ଟା ବିତିଲା, ସମାଧାନ ନୋହିଲା : ରାସ୍ତା ଅବରୋଧ ଜାରି, ଭୋଟ ବର୍ଜନ ଚେତାବନୀ ଦେଲେ ଅଞ୍ଚଳବାସୀ

ଦୁର୍ଘଟଣା ପ୍ରବଣ ରାସ୍ତା ନିର୍ମାଣ ଦାବି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସହରରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ରାସ୍ତା ସଂକୀର୍ଣ୍ଣ ତଥା ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ଏହି ରାସ୍ତାରେ ଦିନାତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିପରି ଭାବେ ଦିନାତିଦିନ ଏଇ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସତ୍ତ୍ବେ ଏହାର ମରାମତି କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ ! ଏହାକୁ ନେଇ ଜଗନ୍ନାଥପୁର ଗ୍ରାମବାସୀ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଗତକାଲିଠାରୁ ଜଗନ୍ନାଥପୁର ତିନିଛକ ନିକଟରେ ଚଉଡା ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ।

 

ଦୀର୍ଘ ୩୬ ଘଣ୍ଟା ଧରି ରାସ୍ତା ଅବରୋଧ କରାଯିବା ଫଳରେ ଏହି ରାସ୍ତା ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡିଛି । ଏପରିକି ବଳଭଦ୍ରପୁର, ବିଜେପୁର, ତ୍ରିଲୋଚନପୁର, ପାହାଡ଼ପଦର, ମାଳିଯୁବାଙ୍ଗ ସମେତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରକୁ ମଧ୍ୟ ଯାତାୟତ ଠପ୍ ହୋଇଯାଇଛି। ଗ୍ରାମବାସୀଙ୍କ ତରଫରୁ ରାସ୍ତା ଅବରୋଧ ଜାରି ରହିଥିବାବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ଅବରୋଧକାରୀଙ୍କ ପାଖରେ କେହି ପହଞ୍ଚି ନାହାନ୍ତି। ଅପରପକ୍ଷରେ ରାସ୍ତା ସମସ୍ୟା ସମାଧାନ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

Comments are closed.