www.samajalive.in
Sunday, December 14, 2025
17.1 C
Bhubaneswar

ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ୫ ଆନ୍ତଃ ଜିଲ୍ଲା କୁଖ୍ୟାତ ଡ଼କାୟତ

ଫୁଲବାଣୀ : ଡ଼କାୟତି କରିବା ମହଙ୍ଗା ପଡିଛି ଓ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇ ଶେଷରେ ଥାନାକୁ ଯିବାକୁ ପଡିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ବାଳନ୍ଦାପଡା ଅଞ୍ଚଳରେ।
ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଆସୁଥିବା ଏକ ଆନ୍ତଃ ଜିଲ୍ଲା ଡ଼କାୟତ ଗ୍ୟାଙ୍ଗର ପାଞ୍ଚ ଜଣ ସଦସ୍ୟକୁ ଅଞ୍ଚଳ ବାସୀଙ୍କ ସହଯୋଗରେ ଧରିବାରେ ସଫଳ ହୋଇପାରିଛି ଗୋଛାପଡା ପୁଲିସ। ତେବେ ପୁଲିସର ସୂଚନା ଅନୁସାରେ ଶନିବାର ସନ୍ଧ୍ୟା ସମୟରେ ଗୋଛାପଡା ଥାନା ବାଳନ୍ଦାପଡା ଫାଣ୍ଡି ଅଧୀନରେ ଥିବା ସୁଟାଣି ଗାଁର ଧନେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ବାଳନ୍ଦାପଡାରୁ ଘରକାମ ପାଇଁ ସିମେଣ୍ଟ ନେଇ ଘରକୁ ଫେରୁଥିବା ସମୟରେ ସୁଟାଣି ଗାଁ ଛକ ନିକଟରେ ଏହି ଡ଼କାୟତ ମାନେ ଛୁରୀ ସହ ଅନ୍ୟ କିଛି ମାରାଣସ୍ତ୍ର ଦେଖାଇ ଟଙ୍କା ପଇସା ଲୁଟ୍ କରି ଫେରାର ହୋଇଯାଇଥିଲେ। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ତୁରନ୍ତ ଯାଇ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ଜଣାଇବାରୁ ସୁଟାଣିଗାଁ ସହ ଆଖପାଖର ଅନ୍ୟ କିଛି ଗାଁ ଲୋକ ମିଶି ଡ଼କାୟତ ମାନଙ୍କୁ ପିଛା କରିଥିଲେ ଓ ପରେ ଡ଼କାୟତ ମାନଙ୍କୁ ଗ୍ରାମବାସୀ ଵାଲନ୍ଦାପଡା ଛକନିକଟରେ କାବୁ କରିବାରେ ସଫଳ ହୋଇଥିଲେ। ବେଳେ ଗ୍ରାମବାସୀଙ୍କଠାରୁ  ଡକାୟତମାନେ ନିର୍ଧୁମ ଛେଚା ମଧ୍ୟ୍ୟ ଖାଇଥିଲେ ଓ ପରେ ଘଟଣା ବିଷୟରେ ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳକୁ ପହଞ୍ଚି ଡ଼କାୟତ ମାନଙ୍କୁ ଥାନାକୁ ଆଣିଥିଲେ। ପରେ ଡ଼କାୟତିର ଶିକାର ହୋଇଥିବା ସୁଟାଣି ଗାଁର ଧନେଶ୍ୱର ସାହୁ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିବା ପରେ ଗୋଛାପଡା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ଼କାୟତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଡ଼କାୟତ ମାନଙ୍କ ମଧ୍ୟ୍ୟରେ ଦୁଇଜଣ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସିଆଲିଝୁଲି ଆମ୍ବଵାଗାନ ଗାଁର କରୁଣା ବେହେରାଙ୍କ ପୁଅ କୃତିବାସ ବେହେରା ଓ ଅରୁଣ ବେହେରାଙ୍କ ପୁଅ ସମାରୁ ବେହେରା ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ସୁବର୍ଣ୍ଣପୁର ଥାନା ଖେତୀକିରା ଗାଁର ମାଗଶିର ସୁନାଙ୍କ ପୁଅ ମୁଳୁସୁନା ଓ ସୁବର୍ଣ୍ଣପୁର ଥାନା ସାନପାପସୀ ଗାଁର ଦୀର୍ଜୁ ବିଭାରଙ୍କ ପୁଅ ଶ୍ରୀଧର ବିଭାର ଓ ଅନ୍ୟଜଣେ ସେହି ଥାନା ବୀରମହାରାଜ ପୁର ଥାନା କମାରକେଡ଼ି ଗାଁର ପିଛା ନାଏକଙ୍କ ପୁଅ ଚରଣ ନାଏକ ବୋଲି ଜଣା ପଡିଛି। ଗିରଫ ଡ଼କାୟତ ମାନଙ୍କ ନାଁରେ ଚୋରି, ରାହାଜାନି, ଡକାୟତି ଭଳି ଅନେକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଥିବା ବେଳେ ଦୀର୍ଘ ଦିନ ଧରି ଏମାନେ ଏହି ଗୋଛାପଡା ଥାନା ଅଞ୍ଚଳରେ ଏଭଳି ଅପରାଧିକ କାର୍ଯ୍ୟକଳାପ କରିଆସୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories