ଜିଲ୍ଲା ସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ହୋଟେଲ କାବେରୀ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସ୍ୟ। ଅଧିକାରୀ ଡକ୍ଟର ପର୍ଶୁରାମ ପଣ୍ଡାଙ୍କ ସଭାପତିତ୍ବରେ ରବିବାର ପାଳିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମୁଲର ଉପ ସାଧାରଣ ପରିଚାଳକ ଡକ୍ଟର ସଂଜୀବ କୁମାର ଶତପଥୀ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଦୁଗ୍ଧ ସମବାୟ ସମିତିର ୩୦ ଦୁଗ୍ଧ ଚାଷୀ ଓ ୫ ଜଣ ଅଗ୍ରଣୀ ଦୁଗ୍ଧ ଚାଷୀ ଯୋଗ ଦେଇଥିଲେ । ସମ୍ବଲପୁର ପ୍ରାଣୀ ସମ୍ପଦ ବିଭାଗ ଓ ସମୂଲ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ରାଜ୍ୟ ସ୍ତରରେ ପାଳିତ ହୋଇଥିବା ଉତ୍ସବର ସିଧା ପ୍ରସାରଣ କରାଯାଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡକ୍ଟର କ୍ଷୀରୋଦ ଚନ୍ଦ୍ର ପଟେଲ୍ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Comments are closed.