www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ୫ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୬୧

ଭୁବନେଶ୍ବର : ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କୁ ମିଶାଇ ରାଜ୍ୟରେ  ମୋଟ୍ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲାରୁ ରହିଥିବା ବେଳେ କଟକ, ପୁରୀ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି।


ଗଞ୍ଜାମ ଜିଲାରୁ ସର୍ବାଧିକ ୨ଜଣଙ୍କର ମୃତ୍ୟୁ ଘଟିଛି । ଜଣଙ୍କର ବୟସ ୫୫ ହୋଇଥିବା ବେଳେ ଅନ୍ୟ ଜଣେ ୭୨ ବର୍ଷର ଓ ସେ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡ଼ିଛି । ଉଦ୍ଭୟ ପୁରୁଷ ହୋଇଥିବା ସୂଚନା ମିଳିଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମର ଜିଲାରେ ମୋଟ କରୋନାଜନିତ ମୃତ୍ୟୁ ୩୬କୁ ବୃଦ୍ଧି ହୋଇଛି ।

- Advertisement -


ସେହିପରି କଟକ ଜିଲାରୁ ପ୍ରାଣ ହରାଇଥିବା ୪୬ବର୍ଷୀୟ ପୁରୁଷ ଥାଇରଏଡ଼ , ଡାଇବେଟିସ୍ ଓ ବ୍ଲଡ ପ୍ରେସରରେ ଆକ୍ରାନ୍ତ ଥିଲେ ।
ଭୁବନେଶ୍ୱରରୁ ପ୍ରାଣ ହରାଇଥିବା ସଂକ୍ରମିତ ମହିଳା ଓ ସେ ୫୬ ବର୍ଷର ବୋଲି ଜଣାପଡ଼ିଛି । ସେ ମଧ୍ୟ ଡାଇବେଟିସ୍‌ରେ ପିଡ଼ୀତ ଥିଲେ ।
ପୁରୀ ଜିଲାରୁ ଜଣେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପିଡ଼ୀତ ଥିଲେ ।

ସେହିପରି ଆଜି କେନ୍ଦ୍ରାପଡାରୁ ଜଣେ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୬୨ ବର୍ଷିୟ ମହିଳା ହୋଇଥିବା ବେଳେ ସେ ବ୍ରେନ୍ ଟ୍ୟୁମରରୁ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories