www.samajalive.in
Saturday, December 6, 2025
15.1 C
Bhubaneswar

୧୦ ମହଲାରୁ ଡେଇଁ ଏମ୍‌ସ ଡାକ୍ତରଙ୍କ ଆତ୍ମହତ୍ୟା, ଡିପ୍ରେସନ୍‌ର ଶିକାର ହୋଇଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସର ଜଣେ ମାନସିକ ରୋଗ ବିଶେଷଜ୍ଞ ଡିପ୍ରେସନ୍‌ର ଶିକାର ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଜଣକ ରହୁଥିବା ହଷ୍ଟେଲର ୧୦ମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଏହି ଡାକ୍ତରଙ୍କ ନାଁ ହେଉଛି ଅନୁରାଗ କୁମାର।

ଦକ୍ଷିଣ ଦିଲ୍ଲୀ ଡିସିପି ଅତୁଲ କୁମାର ଠାକୁରଙ୍କ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଅନୁରାଗ ଆତ୍ମହତ୍ୟା କରିଛନ୍ତି। ହଷ୍ଟେଲର ୧୦ମ ମହଲାରୁ ତାଙ୍କ ମୋବାଇଲ୍‌ ଫୋନ ଜବତ ହୋଇଛି। ମାନସିକ ରୋଗ ବିଭାଗର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ଅନୁରାଗ ଡିପ୍ରେସନ ପାଇଁ ନିଜର ଚିକିତ୍ସା କରାଉଥିଲେ। ଏ ସମ୍ପର୍କରେ ଅନୁରାଗ ଗତ ଜୁନ ୨୧ରେ ଏକ ବ୍ଲଗ୍‌ରେ ପୋଷ୍ଟ କରିଥିଲେ। ତାଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ବାରମ୍ବାର ଆସୁଥିଲା ବୋଲି ସେ ବ୍ଲଗରେ ଉଲ୍ଲେଖ କରିଥିଲେ। ତାଙ୍କ ମା’ ତାଙ୍କର ସବୁଠୁ ଦୃଢ଼ ସମର୍ଥକ ଥିଲେ ବୋଲି ଅନୁରାଗ ଲେଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories