www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗୁଡ଼

ମିଠା ଦ୍ରବ୍ୟ ପ୍ରସ୍ତୁତିରେ ଚିନି ଅଧିକ ପରିମାଣରେ ବ୍ୟବହାର କରାଯାଏ। ମାତ୍ର ଚିନି ବଦଳରେ ଗୁଡ଼ର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଗୁଡ଼ରେ ମିଠା ଅଂଶ ରହିଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ଜାଣନ୍ତୁ ଏହା ବିଷୟରେ……..
– ଥଣ୍ଡା ସମୟରେ ଗୁଣ୍ଡର ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟକୁ ଉଷ୍ଣ ରଖିଥାଏ।
– ଖାଦ୍ୟ ଖାଇବା ପରେ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ।
– ଗୁଡ଼ ହାଡ଼କୁ ଶକ୍ତ ହେବାରେ ସାହାଯ୍ୟ କରିଥାଏ।
– ଗୁଡ଼ରେ ଏପରି ପୋଷକ ତତ୍ତ୍ୱ ରହିଛି ଯାହା ହୃଦୟ ଜନିତ ବହୁ ସମସ୍ୟାକୁ ଶରୀର ଠାରୁ ଦୂରେଇ ରଖିଥାଏ।
– ଗୁଡ଼ ଗ୍ୟାସଟିକ ଦୂର କରିଥାଏ।
– ଏହା ଆଇରନ ଅଭାବକୁ ଦୂର କରିଥାଏ।
– ମଧୁମେହ ରୋଗୀ ମଧ୍ୟ ଗୁଡ଼ର ସେବନ କରିପାରିବେ।
– ଯେଉଁମାନେ ଓଜନ ହ୍ରାସ ପାଇଁ ଇଚ୍ଛୁକ ସେମାନେ ଚିନି ବଦଳରେ ଗୁଡ଼ର ବ୍ୟବହାର କରିପାରିବେ।
– ଚା’ରେ ମଧ୍ୟ ଆପଣ ଚିନି ବଦଳରେ ଗୁଡ଼ର ବ୍ୟବହାର କରିପାରିବେ।
– ଖିରୀ ପ୍ରସ୍ତୁତରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିପାରିବେ।
– ଗୁଡ଼ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିଥାଏ।
– ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
ସତେଜ ଗୁଡ଼ ଅପେକ୍ଷା ଗୁଡ଼ କିଛି ଦିନ ରହିବା ପରେ ଏହାକୁ ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ବୋଲି କୁହାଯାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories