www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ଵର ବୃହତ୍ ବସ୍ତି ଧରାବୀରେ କରୋନା ନିୟନ୍ତ୍ରଣାଧୀନ: ପ୍ରଶଂସା କଲା ଜାତିସଂଘ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

ମୁମ୍ବଇ: କରୋନା ଲଢ଼େଇରେ ଉଦାହରଣ ସାଜିଛି ଧାରାବୀ। ମୁମ୍ବଇର ସବୁଠୁ ବଡ଼ ବସ୍ତି ଭାବେ ପରିଚିତ ଧାରାବୀର ବାସିନ୍ଦା ସହରବାସୀଙ୍କଠାରୁ ଅଧିକ ସଚେତନ। କରୋନାକୁ ହରାଇବା ଲାଗି ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ବଡ଼ ଅସ୍ତ୍ର ହୋଇଥିବାବେଳେ ସେମାନେ ଏହାକୁ ଦୃଢ଼ତାର ସହିତ ପାଳନ କରୁଛନ୍ତି, ଯେଉଁଥିପାଇଁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏବଂ ଜାତିସଂଘ ଧରାବୀକୁ ପ୍ରଶଂସା କରିଛି। କରୋନାକୁ ରୋକିବାରେ ଧାରାବୀ ସାରା ବିଶ୍ଵ ପାଇଁ ଏକ ମଡେଲ ବୋଲି ଡବ୍ଲ୍ୟୁଏଚଓ କହିଛି।

ଡବ୍ଲ୍ୟୁଏଚଓ ମହାନିର୍ଦେଶକ ଟ୍ରେଡୋସ ଆଡ୍‌ହାନମ ଟ୍ବିଟ୍‌ କରି କହିଛନ୍ତି, ବିଶ୍ଵରେ ଅନେକ ଉଦାହରଣ ରହିଛି, ଯେଉଁଠି ଲୋକେ ଦେଖାଇ ଦେଇଛନ୍ତି ଯେ ପ୍ରକୋପ କେତେ ବି ଅଧିକ ହେଉ ନା କାହିଁକି, ତାହାକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ଏଭଳି ଉଦାହାରଣଗୁଡ଼ିକ ମଧ୍ୟରେ କିଛି ଇଟାଲୀ, ସ୍ପେନ ଓ ଦକ୍ଷିଣ କୋରିଆ ଏବଂ ଏପରି କି ଧାରାବୀ ବି ରହିଛି।

- Advertisement -

ଜାତିସଂଘର ସ୍ବାସ୍ଥ୍ୟ ପ୍ରମୁଖ କହିଛନ୍ତି, ଭାରତ ଭଳି ଏକ ବିକାଶଶୀଳ ଦେଶରେ ଅନ୍‌ଲକ୍‌ ସମୟରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ମୁମ୍ବଇର ଧାରାବୀରେ ଟେଷ୍ଟିଂ, ଟ୍ରେସିଂ, ସାମାଜିକ ଦୂରତା ଏବଂ ସଂକ୍ରମିତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଯୋଗୁ ଏଠାରେ ଲୋକେ କରୋନା ଲଢ଼େଇକୁ ଜିତି ନେଇଛନ୍ତି। ଆମକୁ ନେତୃତ୍ଵ, ସାମ୍ପ୍ରଦାହିକ ସହଭାଗିତା ଏବଂ ସାମୁହିକ ଏକତାର ଆବଶ୍ୟକତା ରହିଛି।

ମୁମ୍ବଇର ଧାରାବୀରେ ଏପ୍ରିଲ ୧ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ଆଶଙ୍କା କରାଯାଉଥିଲା ଯେ ପରିସ୍ଥିତି ଆହୁରି ବିଗିଡ଼ି ଯାଇପାରେ। କାରଣ ଏଠାରେ ୮୦ ପ୍ରତିଶତ ଲୋକ ସାଧାରଣ ଶୌଚାଳୟ ବ୍ୟବହାର କରୁଚନ୍ତି। ୮ରୁ ୧୦ ଲକ୍ଷ ଲୋକ ରହୁଥିବା ଏହି ବସ୍ତିରେ ଗୋଟିଏ ଛୋଟିଆ ଘରେ ୧୦ରୁ ୧୫ ଜଣ ରୁହନ୍ତି। ଏସବୁ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଠାରେ କଂଟ୍ରାକ୍ଟ ଟ୍ରେସିଂ, ଫିଭର କ୍ୟାମ୍ପ, ଲୋକଙ୍କୁ ପୃଥକୀକରଣ କରିବା ଏବଂ ପରୀକ୍ଷା କରିବା ଆରମ୍ଭ କରିଥିଲେ। ସ୍କୁଲ, କଲେଜଗୁଡ଼ିକୁ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଥିଲା। ସେଠାରେ ଭଲ ଡାକ୍ତର, ନର୍ସ ନିଯୁକ୍ତ କରାଯିବା ସହିତ ସମସ୍ତଙ୍କୁ ୩ ବେଳା ଖାଇବାକୁ ଦିଆଗଲା। ଠିକ୍‌ ପରିଚାଳନା ଏବଂ ଲୋକେ ସଚେତନ ହେବା ଯୋଗୁ ଏବେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories