www.samajalive.in
Sunday, December 7, 2025
26.1 C
Bhubaneswar

୪୬ତମ ଟୋକିଓ ମୋଟର ଶୋ’ରେ ସାମିଲ ହେବ ହୋଣ୍ଡା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୩ରୁ ଆରମ୍ଭ ହେଉଥିବା ୪୬ତମ ଟୋକିଓ ମୋଟର ଶୋ’ ୨୦୧୯ରେ ହୋଣ୍ଡା ପକ୍ଷରୁ ଏହାର ବିଭିନ୍ନ ପ୍ରକାର ମୋଟର ସାଇକଲ୍, ଅଟୋମୋବାଇଲ୍ ଏବଂ ଶକ୍ତି ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯିବ। ସେଠାରେ ହୋଣ୍ଡା ପକ୍ଷରୁ ଏକ ସ୍ୱତନ୍ତ୍ର ବୁଥ୍ ସ୍ଥାପନ କରାଯିବ। ମୋଟର୍ ଶୋ’ ପରିଦର୍ଶନକାରୀଙ୍କୁ ଏହା ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବ। ସେଠାରେ ବଡ଼ ଆକାର ସ୍କ୍ରିନ୍ ଲାଗିବ ଯେଉଁଥିରେ ବିଭିନ୍ନ ଉତ୍ପାଦର ଛବିକୁ ପ୍ରଦର୍ଶିତ କରାଯିବ। ଟୋକିଓ ମୋଟର ଶୋ’ରେ କମ୍ପାନୀ ଏହାର ନୂଆ ସୁପର୍ କବ୍-ଭିତ୍ତିକ ମୋଟରସାଇକଲ୍ ସିଟି ୧୨୫ ଓ ସମ୍ପୂର୍ଣ୍ଣ ନୂଆ ଫିଟ୍‌କୁ ପ୍ରଦର୍ଶିତ କରିବ।

ସୁପର କବ୍ ସିରିଜ୍‌କୁ ନଜରରେ ରଖି ସିଟି ୧୨୫ କନ୍‌ସେପ୍ଟ ମଡେଲକୁ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଏହି ଶୋ’ ରେ ହୋଣ୍ଡା ତରଫରୁ ବ୍ୟବସାୟ ବ୍ୟବହାର ଉପଯୋଗୀ ଇଲେକ୍ଟ୍ରିକ୍ ସ୍କୁଟର ବେନ୍‌ଲି-ଇ ଓ ତିନିଚକିଆ ଇଲେକ୍‌ଟ୍ରିକ୍ ସ୍କୁଟର ଗାଇରୋ-ଇକୁ ପ୍ରଦର୍ଶିତ କରାଯିବ। ଏହି ଅବସରରେ ସିଆର୍ଏଫ୍ ୧୧୦୦ଏଲ୍ ଆଫ୍ରିକା ଟ୍ୱିନ୍ ଡୁଆଲ୍ କ୍ଲଚ୍ ଟ୍ରାନ୍ସମିସନ୍, ସିଆର୍ଏଫ୍ ୧୧୦୦ଏଲ୍ ଆଫ୍ରିକା ଆଡଭେଞ୍ଚର୍ ସ୍ପୋର୍ଟସ୍ଇଏସ୍ ଡୁଆଲ୍ କ୍ଳଚ୍ ଟ୍ରାନ୍ସମିସନ୍ ଏବଂ ଏଡିଭି୧୫୦ ଆଦିକୁ ପ୍ରଦର୍ଶିତ କରାଯିବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories