www.samajalive.in
Sunday, December 7, 2025
26.1 C
Bhubaneswar

ନବରଙ୍ଗପୁରରେ ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଗୋଟିଏ ଦିନରେ ପୁଣି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୧୨୯୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୯୪ ଜଣ ସୁସ୍ଥ ହୋଇଥିବାବେଳେ ୩୯୫ ଆକ୍ଟିଭ କେସ୍‍ ରହିଛି। ୨୫୫ ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ଜିଲାପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୁରୁବାର ଚିହ୍ନଟ ହୋଇଥିବା ୪୬ ଜଣ ଆକ୍ରାନ୍ତଙ୍କର ମଧ୍ୟରୁ ନବରଙ୍ଗପୁର ସହରରେ ସର୍ବାଧିକ ୨୪ ଜଣ ରହିଛନ୍ତି। ସହରର ଦଶହରା ପଦାର ଜଣେ, ଚାଉର୍ରିଆଗୁଡାର ୨ଜଣ, ଗାଦିଆସାହିର ୨ଜଣ. ଗାନ୍ଧିଗନରର ୨ଜର, ବଡହରିଜନ ସାହିର ଜଣେ, ହିର୍ଲିଡଙ୍ଗରର ଜଣେ, ଗୈାଡସାହିର ଜଣେ, ଏଲଆଇସି କଷଳାନୀର ଜଣେ, ଗାଦବାଗୁଡାର ୨ଜଣ,ନୂଆସେନାପତି ସାହିର ୨ଜଣ, ତେଲିସାହିର ୨ଜଣ, ଇଛାବତୀଗୁଡାର ଜଣେ, ଡିଆରଡିଏ ପଛସାହିରୁ ୩ଜଣ, ଭାଟିଶାଳଗୁଡାର ୨ଜଶ ଓ ଦାରୁବନ୍ଧ ସାହିର ଜରେ ଆକ୍ରାନ୍ତ ହୋଇଛନ୍ତି। ଗତ କାଲି ସହରରେ ୨୨ ଆକ୍ରାନ୍ତ ରହିଥିବାବେଳେ ଆଜିପୁଣି ୨୪ ଆକ୍ରାନ୍ତ ଯୋଗୁଁ ସହରବାସୀଙ୍କୁ ଚିନ୍ତା ବଢାଇଦେଇଛି।ଉମରକୋଟ ସହରର ୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁଲିପାଟଣାରେ ୬ ଜଣ, ଗାନ୍ଧିଛକ ଜଣେ, ଡିଏନକେର ୱାର୍ଡନମ୍ବର ୧୩ର ଜଣେ ରହିଛନ୍ତି। ନବରଙ୍ଗପୁରବ୍ଲକର ୯ଜଣ ମଧ୍ୟରୁ ବହକୁମୁଲିର ଜଣେ ଓ ନୂଆ ହିର୍ଲିର ୮ଜଣ ରହିଛନ୍ତି। କୋଷାଗୁମୁଡାବ୍ଳକର ୩ଜଣରୁ କୋଷାଗୁମୁଡାର ଜଣେ ଓ କୋଡିଙ୍ଗାର ୨ଜଣ ରହିଛନ୍ତି। ରାଇଘର ବ୍ଳକ ସୁନାପାରାର ଜଣେ ଓ ନନ୍ଦାହାଣ୍ଡିବ୍ଳକ ମାଝୀଗୁଡାର ଜଣେ ଆକ୍ରାନ୍ତ ହୋଇଛନ୍ତି। ତେବେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫେର ଜୋନ୍‍ ଭାବେ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ବୃଦ୍ଧି ନେଇ ଜିଲାରେ ଭୟର ବାତାବରଣ ଦେଖାଦେଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories