www.samajalive.in
Monday, December 15, 2025
14.1 C
Bhubaneswar

ବ୍ୟାଙ୍କ ନ ଥିବା ଗ୍ରାମରେ ଖୋଲିଲା ୪୧୬ ଶାଖା ଡାକଘର

ଭୁବନେଶ୍ବର : ବିଶ୍ବ ଡାକ ଦିବସ ଏବଂ ଜାତୀୟ ଡାକ ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏବର୍ଷ ବିଶ୍ବ ଡାକ ଦିବସର ପ୍ରସଙ୍ଗ ହେଉଛି ‘ବିଶ୍ବାସ ପାଇଁ ଏକଜୁଟ୍’। ଡାକ ସପ୍ତାହ ଅବସରରେ ୧୦ରେ ଆର୍ଥିକ ସଶକ୍ତୀକରଣ ଦିବସ, ୧୧ରେ ଫିଲାଟେଲି/ଡାକ ଟିକଟ ଦିବସ, ୧୨ରେ ମେଲ୍‌/ଡାକ ଓ ପାର୍ସଲ ଦିବସ ଏବଂ ୧୩ରେ ଅ‌େନ୍ତ୍ୟାଦୟ ଦିବସ ପାଳନ କରାଯିବ ବୋଲି ଓଡ଼ିଶା ସର୍କଲର ଡାକସେବା ନିର୍ଦେଶିକା (ମୁଖ୍ୟାଳୟ) ସୁଚିସ୍ମିତା ସ୍ବାଇଁ କହିଛନ୍ତି।
ସିପିଏମ୍‌ଜି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶା ସର୍କଲରେ ୮୯୧୧ ଡାକଘର କାର୍ଯ୍ୟ କରୁଛି। ସେଥିମଧ୍ୟରେ ୩୫ ପ୍ରଧାନ ଡାକଘର, ୩୫ ମୁଖ୍ୟ ଡାକଘର, ୧୧୭୯ ଉପ ଡାକଘର ଓ ୭୬୯୭ ଶାଖା ଡାକଘର ରହିଛି। ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଡାକସେବା ଯୋଗାଇବା ପାଇଁ ସମସ୍ତ ଶାଖା ଡାକଘରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଡିଭାଇସ୍ ଉପଲବ୍ଧ କରାଯାଇଛି। ୧୩ଟି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲାରେ ୧୨ଟି ପ୍ରଧାନ ଡାକଘର, ୩୭୩ଟି ଉପ ଡାକଘର ଓ ୨୯୩୬ଟି ଶାଖା ଡାକଘର କାର୍ଯ୍ୟ କରୁଛି। ପ୍ରତି ଗ୍ରାମର ୫ କିମି ପରିଧି ମଧ୍ୟରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ବ୍ୟାଙ୍କ ନ ଥିବା ଗ୍ରାମରେ ୪୧୬ ଶାଖା ଡାକଘର ଖୋଲିଛି। ଏହି ଡାକଘର ଭିତ୍ତିଭୂମି ବିକାଶ ପାଇଁ ୨.୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା। ଏହାସହ ବ୍ୟାଙ୍କ ନ ଥିବା ଗ୍ରାମରେ ଉନ୍ନତ ଡାକ ସେବା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ବର୍ଗ/କ୍ୟାଡରରେ ୫ଟି ନୂଆ ପୋଷ୍ଟାଲ ସବ୍‌ଡିଭିଜନ୍‌/ଉପ ଡାକମଣ୍ଡଳ ଓ ୯୮୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଓଡ଼ିଶା ଡାକ ପରିମଣ୍ଡଳରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦୈନିକ ହାରାହାରି ୩.୫ ଲକ୍ଷ ପତ୍ର ସଞ୍ଚାଳିତ ହୋଇଛି। ସେହିପରି ଓଡ଼ିଶା ଡାକ ପରିମଣ୍ଡଳରେ ଏବେ ୪୭୨ଟି ଆଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଭୁବନେଶ୍ବରରେ ଆଞ୍ଚଳିକ ପାସପୋର୍ଟ ଅଫିସ୍ ଥିବାରୁ ଏହାକୁ ବାଦ୍‌ ଦେଇ ପ୍ରତ୍ୟେକ ସଂସଦୀୟ ନିର୍ବାଚନମଣ୍ଡଳୀରେ ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ଆସନ୍ତା ନଭେମ୍ବର ୧୮ ଏବଂ ୧୯ରେ ରାୟଗଡ଼ାରେ ଜିଲାସ୍ତରୀୟ ଡାକ ଟିକଟ ସମ୍ମିଳନୀ ଆୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଡିିଭିଜିନାଲ ମ୍ୟାନେଜର (ପୋଷ୍ଟାଲ ଲାଇଫ୍ ଇନ୍‌ସ୍ୟୁରାନ୍ସ) ସତ୍ୟବାଦୀ ବିଶ୍ବାଳ, ଆସିଷ୍ଟାଣ୍ଟ ଡାଇରେକ୍ଟର (ବିଜିନେସ୍ ଡେଭେଲପମେଣ୍ଟ) ଦେବାଶିଷ ସାହାଣୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories