ଏକନାଥଙ୍କ ସପକ୍ଷରେ ୪୦୦ ପୂର୍ବତନ କର୍ପୋରେଟର

ଶିବସେନାର ଅନେକ ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବାରେ ସଫଳ ହୋଇଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏକନାଥଙ୍କ ନେତୃତ୍ବ ବିଦ୍ରୋହୀ ଶିବିରରେ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଉଦ୍ଧବ ଠାକରେଙ୍କ ଶିବିରରେ ବିଧାୟକ ସଂଖ୍ୟା କମିବାରେ ଲାଗିଛି। ଶିବସେନାର ୩୫ ବିଧାୟକ ସହ ପ୍ରାୟ ୪୨ଜଣ ଏକନାଥଙ୍କ ସପକ୍ଷରେ ରହିଛନ୍ତି। ବିଧାୟକଙ୍କ ବ୍ୟତୀତ ଏକନାଥଙ୍କ ପ୍ରତି ଶିବସେନାର କିଛି ସାଂସଦ ଓ ୪୦୦ ପୂର୍ବତନ କର୍ପୋରେଟର ସମର୍ଥନ ଜଣାଇଛନ୍ତି। ମହାରାଷ୍ଟ୍ରର ଅନେକ ପୌର ପରିଷଦର କାର୍ଯ୍ୟାଳୟ ଶେଷ ହୋଇଥିବାରୁ ଆସନ୍ତା ୨-୩ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କାର୍ଯ୍ୟକାଳ ଶେଷ ହୋଇଥିବା ପୌର ପରିଷଦର ପୂର୍ବତନ କର୍ପୋରେଟରମାନେ ସିନ୍ଧେଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଞ୍ଝାରେ ପଡିଥିବା ଶିବସେନା ସାଂସଦ ଭାବନା ଗୱଲି କହିଛନ୍ତି ଯେ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପିକୁ ଛାଡି ବିଜେପି ସହିତ ମିଶିବା ଦରକାର। କିଛି ସାଂସଦ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ଆଧାର କରି ଲୋକେ ତାଙ୍କୁ ଭୋଟ ଦେଇଛନ୍ତି। ତେଣୁ ବିଜେପି ସହିତ ମେଣ୍ଟ ନ କଲେ ଲୋକେ ଆଗକୁ ତାଙ୍କୁ ଭୋଟ ଦେବେ ନାହିଁ।

kalyan agarbati

Comments are closed.