www.samajalive.in
Sunday, December 14, 2025
19.1 C
Bhubaneswar

ହୁତି ଆତଙ୍କବାଦୀଙ୍କ ଆକ୍ରମଣରେ ବୁଡ଼ିଗଲା ଜାହାଜ: ୪ ନାବିକ ମୃତ, ୧୧ ନିଖୋଜ

ସାନ୍ନା: ହୁତି ଆତଙ୍କବାଦୀଙ୍କ ଆକ୍ରମଣରେ ଲୋହିତ ସାଗରରେ ଏକ ପଣ୍ୟବାହୀ ଜାହାଜ ବୁଡି ଯାଇଛି। ଜାହାଜଟି ଲାଇବେରିଆର ହୋଇଥିବାବେଳେ ଏହା ଗ୍ରୀସର କମ୍ପାନୀ ଦ୍ବାରା ପରିଚାଳିତ ହେଉଥିଲା। ଜାହାଜଟିର ନାମ ଥିଲା ଇଟରନିଟି ସି। ଜାହାଜରେ ୨୫ଜଣ ନାବିକ ଥିବାବେଳେ ସେଥିରୁ ୧୦ଜଣଙ୍କୁ ଉଦ୍ଧାର କରାଯାଇଛି। ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ଜଣ ନିଖୋଜ ହୋଇଯାଇଛନ୍ତି। ଜାହାଜ ଉପରକୁ ହୁତି ଆତଙ୍କବାଦୀମାନେ ଦୁଇଦିନ ଧରି ଡ୍ରୋନ ଓ ଗ୍ରେନେଡ ମାଧ୍ୟମରେ ଆକ୍ରମଣ କରିବା ପରେ ବୁଧବାର ସକାଳେ ଏହା ବୁଡି ଯାଇଥିବା ନେଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ଇଟରନିଟି ସି ଉପରେ ହୁତିମାନେ କରିଥିବା ଆକ୍ରମଣର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଲୋହିତ ସାଗର ଜାହାଜ ଚଳାଚଳର ଏକ ମୁଖ୍ୟ ମାର୍ଗ ହୋଇଥିବାବେଳେ ନିକଟରେ ହୋଇଥିବା ଆକ୍ରମଣ ଯୋଗୁଁ ବାବ୍ ଅଲ୍ ମାଣ୍ଡାବ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ହ୍ରାସ ପାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories