www.samajalive.in
Monday, December 15, 2025
27.1 C
Bhubaneswar

ଘରେ ଲାଗିଗଲା ନିଆଁ, ମା’ ଓ ୩ ଶିଶୁ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘରଠୁ ଅଳ୍ପ ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ତେବେ ଘରେ କୁଟା ଏବଂ କାଠ ଭର୍ତ୍ତି ହୋଇଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଏତେ ଜଳଦି ନିଆଁ ବ୍ୟାପିଯାଇଥିଲା ଯେ ଘରୁ କେହି ବାହାରି ପାରି ନ ଥିଲେ। ଗାଁ ଲୋକ ଜାଣିବା ପରେ ହୋହଲ୍ଲା କରିଥିଲେ, କିନ୍ତୁ କେହି ଭିତରକୁ ଯିବାକୁ ସାହସ କରି ନ ଥିଲେ। ସକାଳ ପ୍ରାୟ ସାଢ଼େ ୮ଟାରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ।

- Advertisement -

ସୂଚନା ଅନୁସାରେ ଘରର ମୁରବୀ କଲ୍ଲୁ ରାଜସ୍ଥାନର ଜୟପୁରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କ ୩୫ ବର୍ଷୀୟା ପତ୍ନୀ ସଙ୍ଗୀତା ୨ ଝିଅ ଓ ଗୋଟିଏ ପୁଅ ସହିତ ଘରେ ରୁହନ୍ତି। ଭୋର ପ୍ରାୟ ସାଢ଼େ ୪ଟାରେ ତାଙ୍କ ଘର ହୁତୁ ହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ପାଟି କରିଥିଲେ। ସେମାନେ ନିଆଁ ଲିଭାଇବା ପରେ ଘର କବାଟ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories