www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନକୁ ୫୦ ସଶସ୍ତ୍ର ଡ୍ରୋନ ପଠାଇଲା ଚୀନ

ବେଜିଂ: ଚୀନ ପାକିସ୍ତାନକୁ ୫୦ଟି ସଶସ୍ତ୍ର ଡ୍ରୋନ ପଠାଇଛି। ଏହି ଡ୍ରୋନଗୁଡ଼ିକର ନାମ ହେଉଛି ୱିଙ୍ଗ ଲୁଙ୍ଗ୍‌ ୨। ଚୀନ ଏବଂ ପାକିସ୍ତାନର ଏହି ନୂଆ ଡିଲ୍‌ ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ପାହାଡ଼ିଆ ଏବଂ ବରଫାବୃତ୍ତ ଅଞ୍ଚଳରେ ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ। କାରଣ ଏହି ଆଧୁନିକ ହସ୍ତ୍ରଶସ୍ତ୍ରର ଜବାବ ଦେବାର କ୍ଷମତା ଭାରତ ପାଖରେ ନାହିଁ। କିନ୍ତୁ ଏହି ଡ୍ରୋନଗୁଡ଼ିକ ଭାରତୀୟ ଅଞ୍ଚଳରେ ପ୍ରବେଶ କଲେ ସେଗୁଡ଼ିକୁ ଖସାଇବାରେ ସେନା ସକ୍ଷମ।

- Advertisement -

ଚୀନ ଗଣମାଧ୍ୟମର କହିବା ଅନୁସାରେ, ଭାରତୀୟ ଭୂଭାଗର ସଂରଚନା ବହୁ ସଂଖ୍ୟକ ସଶସ୍ତ୍ର ଡ୍ରୋନ ଆକ୍ରମଣକୁ ବିଫଳ କରିବାରେ ଅସମର୍ଥ। ତେବେ ଆଫ୍ରିକା ଏବଂ ଏସିଆରେ ଚୀନ ଡ୍ରୋନଗୁଡ଼ିକର ସଫଳତାକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ଅଧିକାରୀମାନେ କହିଛନ୍ତି ଯେ, ଯେଉଁ ଆକାଶରେ କୌଣସି ଦେଶର ବାୟୁସେନାର ଅଧିକାର ଥିବ ସେହି ଅଞ୍ଚଳରେ ସେହି ଦେଶର ସଶସ୍ତ୍ର ଡ୍ରୋନ କାର୍ଯ୍ୟ କରିପାରିବ। ଉଦାହରଣ ସ୍ବରୂପ ଆଫଗାନିସ୍ତାନ ଏବଂ ଇରାକରେ ଆମେରିକାର ସଶସ୍ତ୍ର ଡ୍ରୋନ ଆତଙ୍କବାଦୀଙ୍କ ବିରୋଧରେ ଆକ୍ରମଣ କରୁଛନ୍ତି। କାରଣ ସେଠାକାର ଆକାଶରେ ଆମେରିକାର ପ୍ରଭୁତ୍ଵ ରହିଛି। କିନ୍ତୁ ଭାରତ ସହିତ ପାକିସ୍ତାନ ଏବଂ ଚୀନ ଏପରି କରିବା ସମ୍ଭବ ନୁହେଁ।

ଜଣେ ପୂର୍ବତନ ସେନାଧ୍ୟକ୍ଷ କହିଛନ୍ତି, ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ହେଉ ଅଥବା ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା, ସେଠାରେ ବାୟୁସେନା ରାଡାର ସହାୟତାରେ ତୀକ୍ଷ୍ଣ ନଜର ରଖିଥାଏ। ଯଦି କୌଣସି ସଶସ୍ତ୍ର ଡ୍ରୋନ ଆକାଶ ସୀମା ଅତିକ୍ରମ କରିବ, ତେବେ ତାହାକୁ ଖସାଇ ଦିଆଯାଇ ପାରିବ। ଅନ୍ୟପଟେ ବର୍ତ୍ତମାନ ସମୟରେ ଭାରତ ନିକଟରେ କୌଣସି ସଶସ୍ତ୍ର ଡ୍ରୋନ୍‌ ସିଷ୍ଟମ ନାହିଁ। ତେବେ ନୌସେନା ସାମୁଦ୍ରିକ ସୀମାର ସୁରକ୍ଷା ଲାଗି ଆମେରିକାଠାରୁ ୨ଟି ଡ୍ରୋନ ଲିଜ୍‌ରେ ଅଧିଗ୍ରହଣ କରୁଛି, ଯାହା ଦ୍ବାରା ଅନୁପ୍ରବେଶକାରୀଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories