ଅନ୍ତିମ ଦିନିକିଆରେ ଗିଲଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦରେ ଚାଲିଥିବା ଭାରତ-ଇଂଲଣ୍ଡ ଅନ୍ତିମ ଦିନିକିଆରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛି। ଶେଷ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ ହେଁ ଶୁବମନ ଗିଲ ଏବଂ ବିରାଟ କୋହଲି ଫର୍ମକୁ ଫେରିଛନ୍ତି। ଗିଲଙ୍କ ଶତକ ଏବଂ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି।

ଦୁଇ ଓପନର ରୋହିତ ଏବଂ ଗିଲ ପାଳି ଆରମ୍ଭ କରିଥିବାବେଳେ ୨ୟ ଓଭରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ୨ୟ ଓଭରର ପ୍ରଥମ ବଲରେ ରୋହିତ ୧ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ଗିଲ ଏବଂ କୋହଲି ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ୧୯ ତମ ଓଭରରେ ୧୨୨ ରନ ହୋଇଥିବାବେଳେ କୋହଲି(୫୨) ୨ୟ ଉଇକେଟ ଭାବେ ଆଉଟ ହୋଇଥିଲେ। ଏହା ପରେ ୨୨୬ ରନରେ ଗିଲ (୧୧୨ରନ) କରି ଆଉଟ ହୋଇଥିଲେ। ଶ୍ରେୟସ ଆୟର ୫୭ ଏବଂ କେ.ଏଲ. ରାହୁଲ ୧ ରନ କରି ଖେଳ ଜାରି ରଖିଛନ୍ତି। ୩୫ ଓଭର ଶେଷ ସୁଦ୍ଧା ଦଳ ୩ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଛି। ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହିତ ଆଗୁଆ ସିରିଜ କବଜା କରିସାରିଛି।

Comments are closed.