ଆସିଲା ଭେସ୍ପାର ନୂଆ ସ୍କୁଟର, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଭେସ୍ପା ଭାରତରେ ନିଜ ସ୍କୁଟରର ୨୦୨୫ ମଡେଲ ଲାଇନଅପ୍ ଲଞ୍ଚ୍ କରିଦେଇଛି । ନୂଆ ଲାଇନଅପରେ ଏବେ ରିଭାଇଜ୍ଡ ଡିଜାଇନ ଦେଇଛି କମ୍ପାନୀ ଯାହା ଗ୍ରାହକଙ୍କୁ ଆକର୍ଷିତ କରୁଛି । ୨୦୨୫ ଭେସ୍ପା ଲାଇନଅପରେ ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ରହିଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୧.୩୨ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଏହାର ଟପ୍ ଭାରିଆଣ୍ଟର ଦାମ୍ ୧.୯୬ ଲକ୍ଷ ଟଙ୍କା ରହିଛି ।

ଭେସ୍ପା ଓ ଭେସ୍ପା ଏସକୁ ୧୨୫ ସିସି ଓ ୧୫୦ ସିସି ଇଞ୍ଜିନ ବିକଳ୍ପ ସହିତ ବଜାରକୁ ଆଣିଛି କମ୍ପାନୀ । ଭେସ୍ପା ପାଇଁ କଲର ପାଲେଟରେ ବର୍ଡେ ଅମାବିଲ୍, ରୋସୋ ରେଡ୍, ପର୍ଲ ହ୍ବାଇଟ୍, ନିରୋ ବ୍ଲାକ୍ ଅନେକ ବିକଳ୍ପ ସାମିଲ ଅଛି । ଏହାର ଏକ ସ୍ପେଶାଲ ଏଡିସନ୍ ମଧ୍ୟ ଗ୍ରାହକ ପାଇପାରିବେ । ପ୍ରଥମ ଥର କମ୍ପାନୀ ଭେସପା ଟେକ୍  ଓ ଭେସପା ଟେକ୍ ଏସ ସହ ପୋର୍ଟଫୋଲିଓର ବିସ୍ତାର କରିଛି ଯାହାର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୧.୯୨ ଲକ୍ଷ ଟଙ୍କା । ଏଥିରେ ଟିଏଫଟି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିଥାଏ ଯାହା ବ୍ଲୁଟୁଥ୍ କନେକ୍ଟିଭିଟି ଓ ନେଭିଗେସନକୁ ମଧ୍ୟ ସପୋର୍ଟ କରେ । ୨୫ ଫେବୃୟାରୀରୁ କମ୍ପାନୀର ସମସ୍ତ ଡିଲରସିପରେ ଏହି ମଡେଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

Comments are closed.