www.samajalive.in
Wednesday, December 10, 2025
16.1 C
Bhubaneswar

ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର: ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର ଏହି ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିବା ସହ ଖାଲି ପଡ଼ିଥିବା ପଦବୀ ପୂରଣ,

ଲାବୋରେଟୋରୀଗୁଡ଼ିକର ଆଧୁନିକୀକରଣ ଓ ଅନ୍ୟାନ୍ୟ ଦାବି ଉପରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ରାଜ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବୈଧମାପ ବିଜ୍ଞାନ ବିଭାଗକୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ସହ ବିଭିନ୍ନ ସମୟରେ ଯାଞ୍ଚ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ ।

- Advertisement -

ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିୟନ୍ତ୍ରକ, ବୈଧମାପ ବିଜ୍ଞାନ ଶ୍ରୀ ସନ୍ତୋଷ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନରେ ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଅତିରିକ୍ତ ନିୟନ୍ତ୍ରକ ଶ୍ରୀ ତ୍ରିଲୋଚନ ଦାଶ, ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ଶ୍ରୀ ହରିଶଙ୍କର ପଟ୍ଟନାୟକ ଉପସ୍ଥିତ ସଭ୍ୟମାନଙ୍କୁ ଅଧିକ କାର୍ଯ୍ୟଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ ପାଇଁ ପରାମର୍ଶ ଦେଇଥିଲେ । ସଂଘର ସଭାନେତ୍ରୀ ଶ୍ରୀମତୀ ସାଗରିକା ସାବତ୍‌ ଏବଂ ସାଧାରଣ ସଂପାଦକ ଶ୍ରୀ ରାଜକିଶୋର ମଲ୍ଲିକ ମନ୍ତ୍ରୀଙ୍କ ନିକଟରେ ସଂଘର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଉପନିୟନ୍ତ୍ରକ ଶ୍ରୀ ପ୍ରିୟବ୍ରତ ଜେନା ମଞ୍ଚ ପରିଚାଳନା କରିଥିଲେ ।

ସଂଘର ପୂର୍ବତନ ସଭାପତି ଶ୍ରୀ ରବିନ୍ଦ୍ର କୁମାର ମହାପାତ୍ର ତଥା ପୂର୍ବତନ ସାଧାରଣ ସଂପାଦକ ଶ୍ରୀ ପ୍ରଦୋଷ ହରିଚନ୍ଦନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅଧିବେଶନକୁ ସଫଳ କରିବାରେ ଶ୍ରୀ ଉତ୍କଳ କେଶରୀ ମହାନ୍ତି ଓ ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories