www.samajalive.in
Tuesday, December 9, 2025
15.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନେ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଏହି ବୈଠକରେ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳସେଚନର ସୁବିଧା ନେଇ ଆଲୋଚନା କରିଥିଲେ ।
କୃଷି କ୍ଷେତ୍ରରେ ଜଳସେଚନ ଭଳି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି । ଏହି ମର୍ମରେ ରୟାଲ ଇଣ୍ଡିଆ କମ୍ପାନୀ ରାଜ୍ୟର କୃଷକମାନଙ୍କୁ ସୌରଚାଳିତ ପମ୍ପ ଦ୍ୱାରା ଜଳସେଚନ ସୁବିଧା ଯୋଗାଇବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ । ରୟାଲ ଇଣ୍ଡିଆ କମ୍ପାନୀ ଝାରଖଣ୍ଡ ଏବଂ ଅନ୍ୟ ରାଜ୍ୟମାନଙ୍କରେ ସୌରଚାଳିତ ପମ୍ପ ସାହାଯ୍ୟରେ ଜଳସେଚନ ସୁବିଧା ଯୋଗାଇ ଦେଉଛି ।

ସ୍ଥାନାନ୍ତରଯୋଗ୍ୟ ସୌରଚାଳିତ ପମ୍ପ ସାଧାରଣ ଚାଷୀଙ୍କ ବ୍ୟବହାର ନିମନ୍ତେ ଉପଯୋଗୀ ହେବ ଏବଂ ଏହା ବିଦୁ୍ୟତ ଶକ୍ତି ନିମନ୍ତେ ହେଉଥିବା ବ୍ୟୟଭାର ହ୍ରାସ କରିବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଥିଲେ । କୂଅ, ପୋଖରୀ କିମ୍ବା ଅନ୍ୟକୌଣସି ଜଳଉତ୍ସକୁ ବ୍ୟବହାର କରିବାରେ ଏହା ସୌରଚାଳିତ ପମ୍ପ ବିଶେଷ ଭାବେ ଉପଯୋଗୀ ଏବଂ ଏହି ସେବା ପ୍ରଦାନ କରିବାକୁ କମ୍ପାନୀ ଆଗ୍ରହୀ ବୋଲି ପ୍ରତିନିଧିମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ ।
ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଜଳସେଚନ ବ୍ୟବସ୍ଥାକୁ ସୁଗମ କରିବା ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରକାଶ କରିବା ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କମ୍ପାନୀ ଯୋଗାଇ ଦେଉଥିବା ବିଭିନ୍ନ ବୈଷୟିକ ସେବା ବିଷୟରେ ଅବଗତ ହୋଇଥିଲେ ।

- Advertisement -

ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏବଂ ଜଳସମ୍ପଦ ଓ ଶକ୍ତି ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories