www.samajalive.in
Monday, December 15, 2025
17.1 C
Bhubaneswar

କେତେ ସୁରକ୍ଷିତ ଦେଶର ସାମ୍ବାଦିକ? ଚଳିତ ବର୍ଷ ୩୬ ଆକ୍ରମଣ ମାମଲା

ଭୁବନେଶ୍ବର: ଦିନକୁ ଦିନ ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତେବେ ଜନସାଧାରଣଙ୍କ ନିକଟରେ ସମସ୍ତ ଖବର ପହଞ୍ଚାଇ ତାଙ୍କୁ ସଚେତନ କରାଉଥିବା କର୍ତ୍ତବ୍ୟରତ ସାମ୍ବାଦିକ ଭାଇ ଭଉଣୀମାନେ ଆମ ଦେଶରେ କେତେ ସୁରକ୍ଷିତ ସେ ନେଇ ଏବେ ପ୍ରଶ୍ନବାଚୀ ଦେଖା ଦେଇଛି। ନିକଟରେ ଗତ ଶନିବାର ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌ ମଲରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକାଙ୍କୁ ଅମାନୁସିକ ଭାବେ ଆକ୍ରମଣ କରାଯାଇଛି। ବେଆଇନ୍ ପାର୍କିଂ ଫି’ ଆଦାୟ ବିରୋଧରେ ପଚରାଉଚରା ଓ ଲାଇଭ୍ ଖବର ସଂଗ୍ରହ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ବିଗତ ପାଞ୍ଚ ବର୍ଷରେ ଅର୍ଥାତ୍ ୨୦୧୪ରୁ ୨୦୧୯ ମଧ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣର ୧୯୮ ଗମ୍ଭୀର ମାମଲା ରୁଜୁ ହୋଇଛି। ଏହା ମଧ୍ୟରୁ ୪୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ କେବଳ ୨୦୧୯ରେ ହିଁ ୩୬ଟି ମାମଲା ରୁଜୁ ହୋଇଛି। ଯଦି ଏହିପରି ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆକ୍ରମଣ କରାଯାଏ ବା ତାଙ୍କ କଣ୍ଠରୋଦ୍ଧ କରାଯାଏ ତେବେ ଲୋକଙ୍କ ନିକଟରେ ସମାଜର ଖବର ପହଞ୍ଚାଇବ କିଏ? ଲୋକଙ୍କ ନିକଟରେ ଖବର ନ ପହଞ୍ଚିଲେ ସଚେତନତା ସୃଷ୍ଟି ହେବ କିପରି? ଲୋକେ ସଚେତନ ନ ହେଲେ ସମାଜ ବା ଦେଶର ଭବିଷ୍ୟତ କ’ଣ ହେବ? ଏହିପରି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories