www.samajalive.in
Monday, December 15, 2025
17.1 C
Bhubaneswar

ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌ଶୀଘ୍ର ବିଭିନ୍ନ ଜିଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସେ କହିଛନ୍ତି ଯେ ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କମିଟି ଗଜପତି ଜିଲାର ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିବାବେଳେ ଅନ୍ୟ ୭ଟି ଜିଲା ଏବଂ ସେସନ ଅଦାଲତ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱରର ସୋର ଓ ଜଳେଶ୍ୱରରେ ଗୋଟିଏ ‌େ‌ଲଖାଏଁ, ଯାଜପୁରର ଚଣ୍ଡିଖୋଲ, କୋରାପୁଟ ଏବଂ ଗଜପତିର ଆର.ଉଦୟଗିରିଠାରେ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି ।
ଅନୁରୂପ ଭାବେ ୫ଟି ସିଭିଲ ଜଜ୍ କୋର୍ଟ(ସିନିଅର ଡିଭିଜନ) ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏଗୁଡ଼ିକ ନୟାଗଡ଼ ଜିଲାର ରଣପୁର, କଟକ ଜିଲାର ନରସିଂହପୁର ଏବଂ ବଡ଼ମ୍ବା, ଗଞ୍ଜାମ ଜିଲାର ସୋରଡ଼ା ଏବଂ ସୋନପୁର ଜିଲାର ରାମପୁରଠାରେ ହେବ। ଏଗାରଟି ସ୍ଥାନରେ ସିଭିଲ ଜଜ୍‌ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ ହେବ । ଏଗୁଡ଼ିକ ବଲାଙ୍ଗୀର ଜିଲାର ତୁଷୁରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ବାହାନଗା ଏବଂ ଜଳେଶ୍ୱର, ଯାଜପୁର ଜିଲାର ଚଣ୍ଡିଖୋଲ, ଦେବଗଡ଼ ଜିଲାର ବାରକୋଟ, ଜଗତସିଂହପୁର ଜିଲାର ନାଉଗାଁ ଏବଂ କନ୍ଧମାଳର କେ.ନୂଆଗାଁ ଏବଂ ଖଜୁରୀପଡ଼ାରେ ପ୍ରତିଷ୍ଠା ହେବ। ଏହାସହିତ ବୈଠକରେ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଛି। ସେଥିମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗୀର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ।
ଶ୍ରୀ ଜେନା କହିଛନ୍ତି ଯେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟକୁ ବୈଠକରେ ଅନୁମୋଦନ କରାଯାଇଛି। ଅତିରିକ୍ତ ଜିଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଉଚ୍ଚ କ୍ଷମତାସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ଼ ଜିଲାର ଓଡ଼ଗାଁଠାରେ ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ)କୁ ଅନୁମୋଦନ କରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କମିଟିରେ ଆଇନମନ୍ତ୍ରୀଙ୍କ ସହିତ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories