ଆଠଗଡ : ଆଠଗଡ ସରକାରୀ ବାଳିକା ହାଇସ୍କୁଲର ୨ ବରିଷ୍ଠ ଶିକ୍ଷୟିତ୍ରୀ ହେମାଙ୍ଗିନୀ ସାହୁ ଓ ବିଜୟିନୀ ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁ ସଭାପତିତ୍ୱ କରି ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଓ ଶ୍ରୀମତୀ ମହାନ୍ତିଙ୍କର କର୍ମମୟ ଜୀବନ, ଶିକ୍ଷାଦାନ କ୍ଷେତ୍ରରେ ଦକ୍ଷତା ଓ ବିଦ୍ୟାଳୟ ପ୍ରତି ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କର ଏନସିସି, ସ୍କାଉଟ୍ସ ଏବଂ କ୍ରୀଡା ପରିଚାଳନା କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ମଧୁଲିତା ଦାଶ, ପ୍ରିୟଙ୍କା ପ୍ରଧାନ ଓ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସମେତ ପ୍ରାୟ ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦାୟୀ ଶିକ୍ଷୟିତ୍ରୀ ଦ୍ୱୟଙ୍କର ପ୍ରତିଭା ଓ ଛାତ୍ରୀମାନଙ୍କୁ ଭଲ ପାଇବା ବିଷୟରେ ଆଲୋକପାତ କରି ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ବିଦାୟୀ ଶିକ୍ଷୟିତ୍ରୀ ଦ୍ୱୟ ଏହି ବିଦ୍ୟାଳୟରେ ସେମାନଙ୍କର କାର୍ଯ୍ୟକାଳ ସମୟର ସ୍ମୃତିଚାରଣ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଭୟଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପଢୌକଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Popular Categories



