www.samajalive.in
Sunday, December 14, 2025
14.1 C
Bhubaneswar

ରାଜସ୍ଥାନ ପରାସ୍ତ ; ରାଣା, ରିଙ୍କୁ କେକେଆର୍‌କୁ ଜିତାଇଲେ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୧୦ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି ରାଜସ୍ଥାନ ରୟାଲ୍‌ସ। ସୋମବାର ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚ୍‌ରେ ରାଜସ୍ଥାନକୁ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୭ ୱିକେଟରେ ପରାସ୍ତ କରିଛି। ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୫ ୱିକେଟ ହରାଇ ୧୫୨ ରନ୍‌ କରିଥିଲା। ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୫ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ କେକେଆର୍ ଜିତିଥିଲା। କ୍ରମାଗତ ୫ମ ପରାଜୟ ପରେ ବିଜୟଧାରାକୁ ଫେରିଛି ପୂର୍ବତନ ଚମ୍ପିଆନ୍ କେକେଆର୍। ମୋଟଉପରେ ୧୦ମ ମ୍ୟାଚ୍‌ରେ କେକେଆର୍ ୪ର୍ଥ ବିଜୟ ହାସଲ କରିଛି।
୧୫୩ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ପାୱରପ୍ଲେ ଶେଷ ପୂର୍ବରୁ ୨ ଓପ୍‌ନରଙ୍କୁ ହରାଇଥିଲା। ଅଷ୍ଟ୍ରେଲୀୟ ଆରୋନ୍ ଫିଞ୍ଚ୍ ପୁଣି ବିଫଳ ହୋଇ ୪ ରନ୍‌କରି ବିଦାୟ ନେଇଥିଲେ। ବାବା ଇନ୍ଦ୍ରଜିତ ୨ଟି ଚୌକା ସହ ୧୫ ରନ୍‌ ଆଉଟ୍‌ ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟର ଓ ନୀତୀଶ ରାଣା ଲଢ଼ୁଆ ବ୍ୟାଟିଂକରି ୩ୟ ୱିକେଟ ପାଇଁ ୭ ଓଭରରେ ୬୦ ରନ୍‌ ଯୋଡ଼ିଥିଲେ। ଶ୍ରେୟାସ ୩୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ରାଣା ଓ ରିଙ୍କୁ ସିଂହ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ବିଶେଷକରି ଉତ୍ତର ପ୍ରଦେଶର ରିଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବିଜୟସୂଚକ ଛକା ମାରିଥିବା ନୀତୀଶ ରାଣା ୩୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‌କରି ଅପରାଜିତ ଥିଲେ। ରିଙ୍କୁ ସିଂହ ମାତ୍ର ୨୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୨ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି କଲକାତା ନାଇଟ୍‌ ରାଇଡର୍ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସର ଓପ୍‌ନର ଦେବଦତ୍ତ ପାଡିକଲ ମାତ୍ର ୨ ରନ୍‌କରି ବିଦାୟ ନେଇଥିଲେ। ଜୋସ୍‌ ବଟ୍‌ଲର ଧିମା ବ୍ୟାଟିଂ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ୩ଟି ଶତକ ମାରିଥିବା ବଟ୍‌ଲର ୯ମ ଓଭର ପର୍ଯ୍ୟନ୍ତ ରହି ୨୫ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂକରି ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଅର୍ଦ୍ଧଶତକ ହାସଲ କରିବାରୁ ରାଜସ୍ଥାନ ଦେଢ଼ଶହ ରନ୍‌ ଅତିକ୍ରମ କରିଥିଲା। କରୁଣ ନାୟାର ୧୩ ବଲ୍‌ରୁ ୧୩ ରନ୍‌ କରି ପାରିଥିଲେ। ରିୟାନ୍ ପରାଗ ଓ ସଞ୍ଜୁ ସାମ୍‌ସନ ୨୫ ରନ୍‌ ଯୋଡ଼ିଥିଲେ। ହେଲେ ଦୁହେଁ ଲାଗଲାଗ ୨ଟି ବଲ୍‌ରେ ଆଉଟ୍‌ ହୋଇ ଯାଇଥିଲେ। ପରାଗ ୧୨ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌ କରିଥିଲେ। ସାମ୍‌ସନ ୪୯ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୪ ରନ୍‌ କରିଥିଲେ। ଶେଷଆଡ଼କୁ ସିମ୍ରନ୍ ହେତ୍‌ମେୟରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଶେଷ ୨ ଓଭରରୁ ରାଜସ୍ଥାନ ୩୦ ରନ୍‌ କରିଥିଲା। ହେତ୍‌ମେୟର ୧୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ଟିମ୍ ସାଉଦି ୨ଟି ୱିକେଟ ନେଇଥିଲେ ହେଁ ୪୬ ରନ୍ ବ୍ୟୟ କରିଥିଲେ। ଟିମ୍ ସାଉଦି ୨ଟି ୱିକେଟ ନେଇଥିଲେ ହେଁ ୪୬ ରନ୍ ବ୍ୟୟ କରିଥିଲେ। ଉମେଶ ଯାଦବ ଓ ସୁନୀଲ ନାରାୟଣ ପ୍ରଭାବଶାଳୀ ବୋଲିଂ କରିଥିଲେ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories