www.samajalive.in
Monday, December 15, 2025
17.1 C
Bhubaneswar

ବିନା ଦରମାରେ ୩୦ ବର୍ଷ ଶିକ୍ଷକତା

ଜେନାପୁର : ତିନି ଦଶନ୍ଧି ଧରି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ୍‌‌ ଶିକ୍ଷକତା କରି ନିଜର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଦୁଇ ଜଣ ଶିକ୍ଷକ। ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟା ମନ୍ଦିରର ଏହି ଦୁଇ ଶିକ୍ଷକ ସରକାରୀ ସ୍ୱୀକୃତି ଓ ଦରମା ପାଇବା ପାଇଁ ଜିଲାପାଳ, ଜିଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି ନିରାଶ ହୋଇଛନ୍ତି। ଏବେ ଅବସର ସମୟ ପାଖେଇ ଆସୁଥିବାରୁ ବାଧ୍ୟ ହୋଇ ଏମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।
୧୯୮୨ ମସିହାରେ ସ୍ଥାପିତ ହୋଇଥିଲା ମର୍ଜିତାପୁର ଗ୍ରାମର ଶ୍ରୀ ଶ୍ରୀ ହୁଙ୍ଗୁଳା ବିଦ୍ୟାମନ୍ଦିର। ଏହି ହାଇସ୍କୁଲ ୧୯୯୪ ମସିହାରେ ସରକାରୀ ଅନୁଦାନ ପାଇଥିଲା। ସ୍କୁଲ ପରିଚାଳନା କମିଟି ପକ୍ଷରୁ ୧୯୯୦ ମସିହାରେ ସ୍ଥାନୀୟ ଅଞ୍ଚଳର ଗିରିଧାରୀ ପ୍ରଧାନ ଓ ୧୯୯୧ ମସିହାରେ କଟକ ଜିଲାର ଅମୀୟ କୁମାର ବଡୁଙ୍କୁ ଏଠାରେ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ସେବେଠାରୁ ଅଦ୍ୟାବଧି ଏହି ୨ଜଣ ଶିକ୍ଷକ ନିରବଚ୍ଛିନ୍ନ ଭାବେ ସ୍କୁଲକୁ ଆସି ପିଲାଙ୍କୁ ଶିକ୍ଷାଦାନ କରି ଚାଲିଛନ୍ତି। ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏମାନେ ଏଠାରେ ଶିକ୍ଷକତା କରୁଥିଲେ ହେଁ ଏମାନେ ସରକାରୀ ସ୍ୱୀକୃତିରୁ ବଞ୍ଚିତ ହୋଇଛନ୍ତି। ଏନେଇ ସେମାନେ ଚାକିରୀ ଜୀବନର ବିଭିନ୍ନ ସମୟରେ ଜିଲାପାଳ, ଜିଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଗୁହାରୀ ଜଣାଇଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ଏଯାବତ୍‌ ଏମାନେ ବିନା ଦରମାରେ ପିଲାମାନଙ୍କୁ ପାଠ ପଢ଼ାଇ ଚାଲିଛନ୍ତି। ଏମାନଙ୍କ ଅବସର ବୟସ ପାଖେଇ ଆସିଲାଣି ଏମାନେ ଆଶା ରଖିଛନ୍ତି ସରକାର ଦିନେ ତାଙ୍କ କଥା ଶୁଣିବେ ଏବଂ ସରକାରୀ ସ୍ୱୀକୃତି ସହ ସେମାନଙ୍କ ପ୍ରାପ୍ୟ ମିଳିବ।
ସରକାର ଏବେ ୫ଟି ମାଧ୍ୟମରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି। ହେଲେ ଦଶନ୍ଧି ଦଶନ୍ଧି ଧରି ବିନା ଦରମାରେ ଶିକ୍ଷକତା କରି ଅାସୁଥିବା ଏହି ଶିକ୍ଷକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ୫ଟି ପକ୍ଷରୁ କୌଣସି ସମାଧାନ ନକରାଯିବା, ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଦରମା ନପାଇ ଏମାନେ ଦୁଃଖ କଷ୍ଟରେ ନିଜର ପରିବାର ଚଳାଇ ଆସୁଥିବା ବେଳେ ସରକାର ଏମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି। ୩ ଦଶନ୍ଧି ହେଲା ଶିକ୍ଷକତା କରି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଏହି ଦୁଇଜଣ ଶିକ୍ଷକ କିନ୍ତୁ ଆଶା ହରାଇ ନାହାନ୍ତି। ଏହି ଶିକ୍ଷକଙ୍କ କାର୍ଯ୍ୟଧାରା ସମ୍ପର୍କରେ କିଛି ବର୍ଷ ପୂର୍ବେ ତତ୍‌କାଳୀନ ଜିଲାପାଳଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରାଯାଇଛି। ହେଲେ ଅଦ୍ୟାବଧି ଏମାନଙ୍କୁ କ’ଣ ପାଇଁ ଦରମା ପ୍ରଦାନ କରାଯାଉ ନାହିଁ ତାହାକୁ ନେଇ ଅାଶ୍ୱର୍ଯ୍ୟବ୍ୟକ୍ତ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାପାତ୍ର। ଅନ୍ୟପଟେ ଦୁଃଖ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଶିକ୍ଷକଙ୍କୁ ଯଥାଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories