ପୁଲୱାମା: ଦକ୍ଷିଣ କାଶ୍ମୀରର ପୁଲୱାମାରେ ଆତଙ୍କି ଏବଂ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ୩ ଆତଙ୍କି ପ୍ରାଣ ହରାଇଛନ୍ତି। ବୁଧବାର ପ୍ରତ୍ୟୁଷରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଲସ୍କର ଇ ତଏବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇରା ଏବଂ ଅନ୍ୟ ଦୁଇ ସ୍ଥାନୀୟ ଆତଙ୍କି ରହିଥିବା ଜଣାଯାଇଛି।
ଗତକାଲି ରାତିରେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ତାହାର ପାଲଟା ଜବାବ ଦେଇଥିଲେ। ଦୁଇପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ପ୍ରତ୍ୟୁଷର ଏଜାଜ ସମେତ ତିନି ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଏବେ ମଧ୍ୟ ଗୁଳି ବିନିମୟ ଚାଲିଥିବା ଜଣାଯାଇଛି। ସେଠାରେ ଅଧିକ ସୁରକ୍ଷା ବାହିନୀ ପହଞ୍ଚିବା ସହିତ ସମୁଦାୟ ଅଞ୍ଚଳକୁ ଘେରି ରହିଛନ୍ତି।
ପୁଲୱାମାରେ ଗୁଳି ବିନିମୟ; ପାକିସ୍ତାନୀ ଲସ୍କର କମାଣ୍ଡର ସମେତ ୩ ନିହତ
Popular Categories



