www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନ ପୂର୍ବରୁ ଗୁଜରାଟରେ କଂଗ୍ରେସକୁ ଝଟକା; ୪ ଦିନରେ ୩ ବିଧାୟକ ଦଳ ଛାଡ଼ିଲେଣି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଗୁଜରାଟରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏଠାରେ କଂଗ୍ରେସ ଏହାର ନିର୍ବାଚନୀ ରଣକୌଶଳ ପ୍ରସ୍ତୁତ କରିବାକୁ ଯୋଜନା କରିଛି। କିନ୍ତୁ ଏହା ପୂର୍ବରୁ ଏଠାରେ କଂଗ୍ରେସକୁ ଶକ୍ତ ଝଟ୍‌କା ମିଳିଛି। ବିଗତ ୪ଦିନ ମଧ୍ୟରେ ୩ ଜଣ ବିଧାୟକ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି।

ଜାମନଗର(ଗ୍ରାମୀଣ)ର କଂଗ୍ରେସ ବିଧାୟକ ବଲ୍ଲବ ଧାରବିୟା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିବେଦୀଙ୍କୁ ନିଜ ଇସ୍ତଫା ପତ୍ର ଦେବା ସହ ବିଜେପିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ମାଣବଦରରୁ ୪ ଥର ବିଧାୟକ ହୋଇଥିବା ଜବାହର ଚାଓଡ଼ା ଏବଂ ଧରଙ୍ଗଧରା ବିଧାୟକ ପରଷୋତ୍ତମ ସପାରିଆ ଦଳ ଛାଡ଼ି ସାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories