www.samajalive.in
Saturday, December 6, 2025
17.1 C
Bhubaneswar

ସୁଖଶାନ୍ତିମୟ ଜୀବନ ପାଇଁ ଆପଣାନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁଯାୟୀ ଗୃହରେ ରହୁଥିବା ଦ୍ରବ୍ୟମାନଙ୍କର କିଛି ସ୍ୱତନ୍ତ୍ର ଅର୍ଥ ଓ କିଛି ନିୟମ ରହିଛି। କୁହାଯାଇଥାଏ ଯେ, ଆମେ ଯେଉଁ ସ୍ଥାନରେ ଘରର ଉପକରଣ ରଖୁ, ଏହାର ପ୍ରଭାବ ଆମ ଉପରେ ମଧ୍ୟ ପଡ଼ିଥାଏ। ବହୁ ଘରେ ଏପରି ଦେଖାଯାଏ ଯେ, ବିନା କୌଣସି କାରଣରେ ଅଶାନ୍ତି ଲାଗି ରହିଥାଏ। ପରିବାରର ସଦସ୍ୟ ରୋଗଗ୍ରସ୍ତ ରହିଥାଆନ୍ତି। ଏହି ସମସ୍ତ ସମସ୍ୟା ବାସ୍ତୁଦୋଷ କାରଣରୁ ସୃଷ୍ଟି ହୋଇଥାଏ। ଜାଣନ୍ତୁ ସେଭଳି କେତେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯେଉଁ କାରଣରୁ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ….
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଫାଟକ ଘରର ଅନ୍ୟଫାଟକ ଠାରୁ ବଡ଼ ହେବା ଆବଶ୍ୟକ। ଯହି ମୁଖ୍ୟ ଫାଟକ ଠାରୁ ଅନ୍ୟ ଫାଟକ ବଡ଼ ହୁଏ ତେବେ ଧନ ସମ୍ବନ୍ଧିତ ସମସ୍ୟା ଲାଗି ରହେ।
ସୂର୍ଯ୍ୟଦୟ ସମୟରେ ଘରର ଝରକା ଗୁଡ଼ିକ ଖୋଲା ରହିବା ଉଚିତ। ଏହାଦ୍ୱାରା ଗୃହକଚ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରର ମୁଖ୍ୟଫାଟକ କଳାରଙ୍ଗର ହେବା ଉଚିତ ନୁହେଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି, ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।
ଘରର କବାଟ ପଛରେ କୌଣସି ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ। ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ।
ଶୋଇବା କକ୍ଷରେ ବେସିନ ରଖନ୍ତୁ ନାହିଁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories