www.samajalive.in
Sunday, December 14, 2025
17.1 C
Bhubaneswar

ବେଆଇନ ମଦ କାରବାର ବିରୋଧକୁ ନେଇ ମାରପିଟ, ୩ ଆହତ

ଝାରସୁଗୁଡ଼ା/ଲଖନପୁର: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ବାଦିମାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଧରା ଗ୍ରାମରେ ବେଆଇନ ମଦ କାରବାର ବିରୋଧକୁ ନେଇ ଉତ୍ତେଜନା ପରେ ହୋଇଥିବା ମାରପିଟ ଘଟଣାରେ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ବଡ଼ଧରା ଗ୍ରାମର ଶତ୍ରୁଘନ ପଧାନ (୨୭), ବସୁଦେବ ପଧାନ (୬୦) ଓ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ହେମକୁମାର ପ୍ରଧାନ (୪୮) ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ବଡ଼ଧରା ଗ୍ରାମର ଖଜୁରିଆପଡ଼ା ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏହା ଯୋଗୁଁ ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲା ବୃଦ୍ଧି ପାଇବା ସହିତ ଅନେକ ପରିବାରରେ ଅଶାନ୍ତିର ବାତାବରଣ ଲାଗି ରହୁଛି। ଏହାକୁ କେନ୍ଦ୍ର କରି ବେଆଇନ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କେତେକ ଗ୍ରାମବାସୀ ନିଷ୍ପତି ନେଇଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟାରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ହେମକୁମାର, ବସୁଦେବ, ଶତ୍ରୁଘନଙ୍କ ସମେତ ବଡ଼ଧରା ଗ୍ରାମର ଆଉ କେତେକ ବ୍ୟକ୍ତି ଖଜୁରିଆପଡ଼ା ଅଞ୍ଚଳକୁ ଯାଇ ବେଆଇନ ମଦ କାରବାରକୁ ଦୃଢ଼ ବିରୋଧ କରିବା ସହିତ ଏନେଇ ସମାଧାନ ପାଇଁ ଏକ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ମଦ କାରବାରରେ ସମ୍ପୃକ୍ତ କେତେକ ବ୍ୟକ୍ତି ଉତ୍ୟକ୍ତ ହୋଇ ଲାଠି ଯୋଗେ ମାରପିଟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହେମକୁମାର, ବସୁଦେବ ଓ ଶତ୍ରୁଘନଙ୍କ ଶରୀରରେ ଏକାଧିକ ସ୍ଥାନରେ ଗଭୀର ଆଘାତ ହୋଇଥିବାରୁ ଆହତ ହୋଇଛନ୍ତି। ଏନେଇ ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସୁଦେବ ଓ ଶତ୍ରୁଘନକୁ ଗୁରୁତର ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ସଦର ହସ୍ପିଟାଲକୁ ପଠାଇଥିବା ପ୍ରକାଶ। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories