କଟକ: କଟକ ଲିଙ୍କ ରୋଡ୍ରୁ ଅବକାରୀ ବିଭାଗ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କନ୍ଧମାଳରୁ ବାଲେଶ୍ୱର ଯାଉଥିବାବେଳେ ଅବକାରୀ ଅଧିକାରୀମାନେ କଟକ ଲିଙ୍କ ରୋଡ୍ରେ ରବିବାର ସକାଳେ ଚଢ଼ାଉ କରି କାର ସହ ଏହି ଗଞ୍ଜେଇ ଜବତ କରିଛନ୍ତି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏହି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୂଚନା ମିଳିଛି।
Popular Categories



