www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଲଙ୍କା ବିସ୍ଫୋରଣର ୨ ଆତ୍ମଘାତୀ ୨୦୧୭ରେ ଭାରତ ଆସିଥିଲେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର କଲୋମ୍ବୋସ୍ଥିତ ଚର୍ଚ୍ଚ ଏବଂ ହୋଟେଲରେ ବିସ୍ଫୋରଣ ଘଟାଇଥିବା ୯ ଆତ୍ମଘାତୀଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ୨୦୧୭​‌ରେ ଭାରତ ଆସିଥିଲେ। ଗୋଇନ୍ଦା ବ୍ୟୁରୋର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ନ୍ୟାଶନାଲ ତୋହୀଦ ଜମାଦ(ଏନଟିଜେ) ମୁଖ୍ୟ ଜହରାନ ହାସିମ ପ୍ରଥମେ ଭାରତ ଆସିଥିଲେ। ଏହା ପରେ ଅନ୍ୟତମ ଆତ୍ମଘାତୀ ମହମ୍ମଦ ବୁବାରକ ଆଜାନ ୨ ଥର ଭାରତ ଆସିଥିଲେ।

ତେବେ ଆଜାନ କେଉଁ ଉଦ୍ଦେଶ୍ୟରେ ଭାରତ ଆସିଥିଲେ, କେଉଁ ଅଞ୍ଚଳକୁ ଯାଇଥିଲେ ଏବଂ କାହାକୁ ଭେଟିଥିଲେ ସେ ନେଇ ଅଧିକାରୀ ଜଣକ କିଛି କହିନାହାନ୍ତି। ଭାରତ ଏବଂ ଶ୍ରୀଲଙ୍କାର ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଏନଟିଜେ ମୁଖ୍ୟ ହାସିମ ୨୦୧୭ରେ ଭାରତ ଆସିବା ସହ କିଛିମାସ ଏଠାରେ ରହିଥିଲେ। ଏହି ସମୟରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଶ୍ରୀଲଙ୍କାର ୩ଟି ଚର୍ଚ୍ଚ ଏବଂ ୩ଟି ବିଳାସପୂର୍ଣ୍ଣ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ଏନଟିଜେ ଏବଂ ଆଇଏସ ନିଜକୁ ଦାୟୀ କରିଥିଲେ। ଭାରତର ତାମିଲ ନାଡୁ ତୋହୀଦ ଜମାତ(ଟିଏନଟିଜେ)ରୁ ହାସିମ ଅଲଗା ହୋଇ ଏନଟିଜେ ଗଠନ କରିଥିଲେ। କିନ୍ତୁ ଟିଏନଟିଜେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ନ ଥିବା ଭାରତୀୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories