www.samajalive.in
Sunday, December 7, 2025
16.1 C
Bhubaneswar

ଫ୍ଲାଟ୍‌ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଧୋନୀ

ନୂଆଦିଲ୍ଲୀ: ଆମ୍ରପଲି ପ୍ରୋଜେକ୍ଟରେ ଘର ନ ମିଳିବା ଏବଂ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିବା ଦର୍ଶାଇ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଧୋନୀ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି ଯେ, ରାଞ୍ଚିର ଆମ୍ରପଲି ସଫାରିରେ ଚାଲିଥିବା ଆମ୍ରପଲି ହାଉସିଂ ପ୍ରୋଜେକ୍ଟରେ ଏକ ପେଣ୍ଟହାଉସ କିଣିବାକୁ ଟଙ୍କା ଦେଇଥିଲେ। ଏହା ସହ ସଂସ୍ଥାର ମ୍ୟାନେଜମେଣ୍ଟ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥିଲା। ସେ  ସଂସ୍ଥାର ବ୍ରାଣ୍ଡ ପ୍ରମୋଶନ ପାଇଁ କାର୍ଯ୍ୟ କରିଥିବାବେଳେ ତାଙ୍କର ୪୦ କୋଟି ଟଙ୍କା ବକେୟା ପ୍ରାପ୍ୟ ଦିଆଯାଇନାହିଁ। ଏହା ଫଳରେ ସେ ଠକେଇର ଶିକାର ହୋଇଥିବା ଧୋନୀ ପିଟିଶନରେ ଉଲ୍ଲେଖ କରିଛନ୍ତି।

ଧୋନୀ ଆମ୍ରପଲି ରିୟଲ ଇଷ୍ଟେଟ୍‌ କମ୍ପାନୀ ସହ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସାଡର ରହିବା ପାଇଁ ଚୁକ୍ତି କରିଥିଲେ। ସଂସ୍ଥାର ପ୍ରଚାର ପ୍ରସାର ପାଇଁ ଧୋନୀ ଅନେକ ବିଜ୍ଞାପନ କରିଥିଲେ। କିନ୍ତୁ ସଂସ୍ଥା ଆର୍ଥିକ ସଙ୍କଟରେ ଗତି କରିବା ପରେ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ଫଳରେ ଟଙ୍କା ଦେଇଥିବା ଜମାକାରୀମାନଙ୍କୁ ଘର ମିଳି ନ ଥିଲା। ତେଣୁ ସେମାନେ ସଂସ୍ଥା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଧୋନୀ ସଂସ୍ଥା ସହିତ ଏକାଧିକ ଚୁକ୍ତି କରିଥିଲେ। ତାଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ସଂସ୍ଥାର ଚାରିଟେବୁଲ ଶାଖା ସହ ଜଡ଼ିତ ଥିଲେ।

- Advertisement -

ନିକଟରେ ସୁପ୍ରିମକୋର୍ଟ ସଂସ୍ଥା ଏବଂ ଏହାର ସହ​‌ଯୋଗୀ କମ୍ପାନୀର ସମସ୍ତ ସମ୍ପତ୍ତି ଆଟାଚ କରିବାକୁ ନିର୍ଦେଶ ଦେଇଥିଲେ। ଗତ ଜାନୁୟାରୀ ୨୫ରେ ସରକାରଙ୍କ ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡକୁ ଆମ୍ରପଲି ପ୍ରୋଜେକ୍ଟର ବଳକା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେବା ସହିତ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦେଶକ ଅନିଲ ଶର୍ମା ଏବଂ ଦୁଇଜଣ ନିର୍ଦେଶକ ଶିବ ଦୀୱାନି ଏବଂ ଅଜୟ କୁମାରଙ୍କୁ ଗିରଫ କରିବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories