www.samajalive.in
Saturday, December 13, 2025
23.1 C
Bhubaneswar

ବାଇକକୁ ଧକ୍କା ଦେଲା ଟ୍ରକ; ଘଟଣାସ୍ଥଳରେ ବାପା-ମାଆ ଓ ପୁଅ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲାର ପିପିଲିମାଲ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୁଧବାର ଟ୍ରକ ଧକ୍କାରେ ଗୋଟିଏ ପରିବାରର ବାପା, ମା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟଲେକ ଝାରସୁଗୁଡାର ୪୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି।  ଖବର ପାଇ ବେଲପାହାଡ ପୁଲିସ ଓ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର କୁଡ଼ାଲୋଇ ଗାଁର ବିଶିକେଶନ କାଲୋ ନିଜ ପୁଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିଲେ। ସେହି ସମୟରେ ରାୟଗଡ (ଛତିଶଗଡ଼) ଆଡୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ମାଲବାହୀ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିଶିକେଶନ କାଲୋ, ତାଙ୍କ ପତ୍ନୀ ତପସ୍ବିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋଙ୍କର ମୃତ୍ୟୁ ହୋଇଯାଇଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories