www.samajalive.in
Sunday, December 7, 2025
23.1 C
Bhubaneswar

ଗୋଟିଏ ଘରୁ ପରିବାରର ୩ ଜଣଙ୍କ ଜଳନ୍ତା ମୃତଦେହ ଜବତ ; ହତ୍ୟା ସନ୍ଦେହ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ଗୋଟିଏ ଘରୁ ସୋମବାର ସକାଳେ ୩ଟି ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମୃତକ ମାନେ ସମ୍ପର୍କରେ ବାପା,ମା ଓ ଗୋଟିଏ ପୁଅ ବୋଲି କୁହାଯାଉଛି। ମୃତ ବ୍ୟକ୍ତି ଜଣଙ୍କର ଅର୍ଥାତ ଘରର ମାଲିକ ହାତ ଓ ଗୋଡ଼କୁ ସେଲୋଟେପରେ ବନ୍ଧା ଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରୁଛି। ସିସିଟିଭ ଫୁଟେଜ ଯାଞ୍ଚ କରୁଛି। ଉକ୍ତ ୩ଜଣଙ୍କୁ ହତ୍ୟା କରାଯିବା ପରେ ଜଲାଇଦିଆଯାଇଛି ବୋଲି ସନ୍ଦେହ କରାଯାଉଛି।
ଉକ୍ତ ବ୍ୟକ୍ତି ଜଣଙ୍କର ଏକ ଦୋକାନ ରହିଛି। ସେ ଘରେ ନିଜ ପତ୍ନୀ ଓ ପୁଅ ସହ ରହୁଥିଲେ। ଯେତେବେଳେ କିଛି ପଡ଼ୋଶୀ ସକାଳେ ତାଙ୍କ ଘର ନିକଟକୁ ଯାଇଥିଲେ ଭିତର ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories