www.samajalive.in
Wednesday, December 10, 2025
23.1 C
Bhubaneswar

‘କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ: ସଭ୍ୟତାଭିତ୍ତିକ ସମ୍ପର୍କ’ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା, କଳା, ସାହିତ୍ୟ, ଭାସ୍କର୍ୟ୍ୟ ଓ ସ୍ଥାପତ୍ୟ ଆଦି ଦକ୍ଷିଣପୂର୍ବ ଏସିଆ ଦେଶମାନଙ୍କରେ ବେଶ ସୁପରିଚିତ। ଭାରତୀୟ ଅର୍ଥଶାସ୍ତ୍ର ଓ ପୌରାଣିକ ଲୋକକଥା ଦକ୍ଷିଣପୂର୍ବ ଏସିଆ ଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳେ ବୋଲି ଐତିହାସିକ ଓ ଗବେଷକମାନେ ମତବ୍ୟକ୍ତ କରିଛନ୍ତି।

ଇନିଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡିଜ ଦ୍ୱାରା ଆୟୋଜିତ ତିନିଦିନିଆ ‘କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ: ସଭ୍ୟତାଭିତ୍ତିକ ସମ୍ପର୍କ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ତଥା ଭାରତୀୟ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ବିନୟ ସହଶ୍ର ବୁଦ୍ଧେ ଏ ସମ୍ପର୍କ ଉପରେ ଅଧିକ ଗବେଷଣା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସାନ୍ତିଶ୍ରୀ ଧୁଲିପୁଦି ପଣ୍ଡିତ କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଓ ଭାଷାଭିତ୍ତିକ ସମାନତା ବିଷୟରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଏହି ଅବସରରେ ସମ୍ମିଳନୀର ଗବେଷଣାତ୍ମକ ପୁସ୍ତିକାର ଶୁଭ ଉନମୋଚନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାମ୍ବୋଡିଆ ରୟାଲ୍ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଚାନ୍ଥୋର୍ନ ଥୋଇ, ଗତି ଶକ୍ତି ବିଶ୍ୱବିଦ୍ୟାଳୟର ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପଶ୍ଚିମବଙ୍ଗର ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସ୍ମୃତି କୁମାର ସରକାର, ସମ୍ମିଳନୀର ଅଧ୍ୟକ୍ଷ ତଥା ଓଗଝର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଓ ସମ୍ମିଳନୀର ଆବାହକ ପ୍ରଫେସର ପତିତ ପାବନ ମିଶ୍ର ଆଦି ଉପସ୍ଥିତ ଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories