www.samajalive.in
Wednesday, December 10, 2025
23.1 C
Bhubaneswar

‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସଂଗ୍ରହଣୀୟ ସଂକଳନ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ନିକଟରେ ଉନ୍ମୋଚିତ ହୋଇଯାଇଥିବା ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସାର୍ଥକ ସୃଷ୍ଟି। ଏଥିରେ ଭାରତୀୟ ଜୀବନଧାରାକୁ ବହୁ ଅମୂଲ୍ୟ ଅବଦାନ ଦେଇ ରୁଦ୍ଧିମନ୍ତ କରିଥିବା ଅନାଲୋଚିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛନ୍ତି ଲେଖିକା। ଏହି ପୁସ୍ତକଟି ଆଗାମୀ ପିଢ଼ି ପାଇଁ ଏକ ଶିକ୍ଷଣୀୟ ଓ ସଂଗ୍ରହଣୀୟ ଗ୍ରନ୍ଥ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ପ୍ରକାଶ କରିଛନ୍ତି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ସଂସ୍କୃତି’ ପକ୍ଷରୁ ବିଶିଷ୍ଟ ଲେଖିକା ଡକ୍ଟର ଇତି ସାମନ୍ତଙ୍କୁ ‘ସୃଜନର ସନ୍ଧାନୀ’ ପୁରସ୍କାର ପ୍ରଦାନ ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଭଳି ଏକ ଉଚ୍ଚକୋଟୀର ପୁସ୍ତକ ପାଇଁ ଲେଖିକାଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ।

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ କାର୍ଯ୍ୟାଳୟସ୍ଥ ସଭାଗୃହରେ ଆଜି ଅନୁଷ୍ଠିତ ‘ସଂସ୍କୃତି ସଂସ୍କୃତି’ ଅନୁଷ୍ଠାନର ଏହି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱନୀ କୁମାର ପାତ୍ର। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅମିତାଭ ଖିଲାର।
ମୁଖ୍ୟ ଅତିଥି ଶ୍ରୀ ଅଶ୍ୱିନୀ କୁମାର ପାତ୍ର ନିଜ ବକ୍ତବ୍ୟରେ ପୁସ୍ତକର ଆଦର ସବୁବେଳେ ରହିବ ଏବଂ ଆଧୁନିକ ଜ୍ଞାନକୌଶଳ ଏହାର ବିଶେଷ କିଛି କ୍ଷତି ଘଟାଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ।

- Advertisement -

ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି କହିଥିଲେ ଯେ, ଜଣେ ପ୍ରତିଭାଙ୍କୁ ପ୍ରୋତ୍ସାହିତ କଲେ ସେ ଉତ୍ସାହିତ ହେବେ ଓ ଆଗକୁ ବଢ଼ି ପାରିବେ। ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତ ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଭଳି ଉତ୍କୃଷ୍ଟ ସାହିତ୍ୟ ରଚନା କରିଥିବାରୁ ତାଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ‘ସଂସ୍କୃତି ସଂସ୍କୃତି’ ଅନୁଷ୍ଠାନ ‘ସୃଜନର ସନ୍ଧାନୀ’ ସମ୍ମାନ ପ୍ରଦାନ କରିଛି। ଡ.ସାମନ୍ତ ଆଗାମୀ ଦିନରେ ଏହିଭଳି ଉଚ୍ଚକୋଟୀର ଓ ଶିକ୍ଷଣୀୟ ପୁସ୍ତକ ରଚନା କରିବା ସହ ଅଧିକ ସାହିତ୍ୟ ବ୍ରତୀ ହୁଅନ୍ତୁ ବୋଲି ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories